ରିପୋର୍ଟ କାର୍ଡ / ଭୁବନେଶ୍ୱର
ବ୍ରଜରାଜନଗର ଉପନିର୍ବାଚନର ଭୋଟ୍ ପ୍ରସ୍ତୁତି ନେଇ ଆଜି ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି | କହିଛନ୍ତି ଯେ ୫ଟି ପିଙ୍କ୍ ବୁଥକୁ ମିଶାଇ ମୋଟ ୨୭୯ ବୁଥରେ ଭୋଟ ଗ୍ରହଣ କରାଯିବ। ବ୍ରଜରାଜନଗର ଉପନିର୍ବାଚନ ୩ ଜଣ ପ୍ରାର୍ଥୀ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବା ପରେ ଏବେ ୧୧ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଭୋଟରମାନେ ସୁରୁଖୁରୁରେ ଭୋଟ ଦେବା ନେଇ ବିଶେଷ ବ୍ୟବସ୍ଥା ହେବ। ଠିକ୍ ସେହିପରି କୋଭିଡ୍ ନିୟମ ମାନିବା, ଭୋଟରମାନଙ୍କୁ ମାସ୍କ ପିନ୍ଧି ବୁଥକୁ ଆସିବା ଲାଗି ପରାମର୍ଶ ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ। ପ୍ରତ୍ୟେକ ମତଦାନ କେନ୍ଦ୍ରରେ ଥର୍ମାଲ ସ୍କାନିଂର ବ୍ୟବସ୍ଥା କରାଯିବା ଲାଗି ବନ୍ଦୋବସ୍ତ ହୋଇଥିବାର ବି ସେ ସୂଚନା ଦେଇଛନ୍ତି। ଏହାଛଡ଼ା ମତଦାନ ଦିନଟିକୁ ସେହି ଅଞ୍ଚଳରେ ସରକାରୀ ଛୁଟି ଘୋଷଣା କରାଯାଇଛି। ବାହାର ଅଞ୍ଚଳର ସରକାରୀ କର୍ମଚାରୀମାନଙ୍କ ଲାଗି ୩ ଦିନ ଛୁଟି ମିଳିବ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି |






More Stories
ଶ୍ରୀମନ୍ଦିର ଭିତରେ ମୋବାଇଲରେ କଥା ହେଲେ ଶ୍ରଦ୍ଧାଳୁ…..
ଫେବୃଆରୀରୁ ଆରମ୍ଭ ହେବ ସ୍ୱଚ୍ଛ ସର୍ବେକ୍ଷଣ…..
ରାଉରକେଲା ବିମାନ ଦୁର୍ଘଟଣା:ଆବଶ୍ୟକ ପଡିଲେ ଏୟାର ଲିଫ୍ଟିଙ୍ଗ…..