ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦେଶରେ ଗାଡି ଚାଳକଙ୍କ ପାଇଁ ନୂଆ ନୂଆ ନିୟମ ଲାଗୁ କରାଯାଉଛି । ନୂଆ ଟ୍ରାଫିକ ନିୟମ ଅନୁଯାୟୀ, ଜଣେ ବ୍ୟକ୍ତି ହେଲମେଟ ପିନ୍ଧିଥିଲେ ବି ୨୦୦୦ ଟଙ୍କା ଚାଲାଣ କାଟିବା ନେଇ ଜଣାପଡିଛି । ଏବେ ପ୍ରଶ୍ନ ଉଠୁଛି ଏହା କିପରି ହେବ । ମିଡିଆ ରିପୋର୍ଟ ଅନୁଯାୟୀ, ୨ ଚକିଆ ଯାନ ଚଳାଇବା ବେଳେ ଯଦି କେହି ହେଲମେଟର ଷ୍ଟ୍ରିପ ବାନ୍ଧି ନ ଥିବେ ତେବେ ୧୯୪ଡି ଏମଭିଏ ଅନୁଯାୟୀ, ୧୦୦୦ଟଙ୍କା ଜରିମାନା ଦେବାକୁ ପଡିବ । ପୁଣି ଯଦି ଜଣେ ବିନା ବିଆଇଏସ ହେଲମେଟ ପିନ୍ଧିଥିବେ ତେବେବି ତାଙ୍କୁ ୧୯୪ଡି ଏମଭିଏ ଅନୁଯାୟୀ, ୧୦୦୦ଟଙ୍କା ଜରିମାନା ଦେବାକୁ ପଡିବ । ଏସବୁ ଏଇଥିପାଇଁ କରାଯାଉଛି କି ସଡକ ଦୁର୍ଘଟଣାରେ ଜୀବନ ବଞ୍ଚାଇ ହେବ ।






More Stories
ଆମକୁ ଜ୍ଞାନେଶ ନୁହେଁ, ଗଣେଶ ଜୀ କରୁଛନ୍ତି ସାହାଯ୍ୟ…..
ଫର୍ମ-୬ରେ ପରିବର୍ତ୍ତନକୁ ମଞ୍ଜୁରୀ ନ ଥିଲା…..
ୟୁପି ରାଜ୍ୟସଭା ନିର୍ବାଚନ ପ୍ରାର୍ଥୀ ଘୋଷଣା କଲା ଭାଜପା…..