Report Card Odisha

| Daily Odia News

ଗଜପତି ମହାରାଜା କଲେ ବ୍ରାହ୍ମଣବରଣ…..

ରିପୋର୍ଟ କାର୍ଡ / ପୁରୀ

ଶ୍ରୀନଅରରେ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଦ୍ବାରା ବ୍ରାହ୍ମଣବରଣ ସହ ଆରମ୍ଭ ହୋଇଛି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବର ଆଦ୍ୟପର୍ବ। ଶୁକ୍ରବାର ଗୁଆଟେକା ସହ ସମ୍ପନ୍ନ ହୋଇଛି ମହାଯଜ୍ଞର ଆଦ୍ୟପର୍ବ ଅଙ୍କୁରରୋପଣ। ବରଣ ହୋଇଥିବା ବ୍ରାହ୍ମଣମାନେ ଶ୍ରୀମନ୍ଦିର ଐଶାନ୍ୟ କୋଣରେ ନିର୍ମିତ ଯଜ୍ଞସ୍ଥଳ ନିକଟ ସ୍ବତନ୍ତ୍ର କୁଡ଼ିଆରେ ଅଙ୍କୁରରୋପଣ ନୀତି ସମ୍ପନ୍ନ କରିଛନ୍ତି। ଶନିବାର ଆରମ୍ଭ ହେବ ଅଙ୍କୁରପୂଜନ ସହ ଅନ୍ୟାନ୍ୟ ନୀତିକାନ୍ତି। ଏଥିପାଇଁ ଭବ୍ୟ ଆୟୋଜନ କରାଯାଇଛି। ଏହି ଅବସରରେ ଗଜପତି ମହାରାଜା ସମନ୍ବୟ ରକ୍ଷା ପୂର୍ବକ ମହାପ୍ରଭୁଙ୍କ ଏହି ପବିତ୍ର ଓ ଭବ୍ୟ ମହୋତ୍ସବକୁ ସମ୍ପନ୍ନ କରିବାକୁ ପରାମର୍ଶ ଦେଇଛନ୍ତି। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବରେ ସାରା ବିଶ୍ବ ଶ୍ରୀଜଗନ୍ନାଥ ସଂସ୍କୃତି ସହ ସନାତନ ସଂସ୍କୃତି ଓ ବୈଦିକ ପରମ୍ପରାର ଅପୂର୍ବ ମିଳନକୁ ଅନୁଭବ କରିବ ବୋଲି ସେ କହିଛନ୍ତି।

Breaking News