ରିପୋର୍ଟ କାର୍ଡ / ଅନୁଗୋଳ
ତାଳଚେର ଆରଟିଓର ଓଏମ୍ଭିଡି ଟ୍ରାଫିକ ଇନ୍ସପେକ୍ଟର ଜିତେନ୍ଦ୍ର କୁମାର ବେହେରାଙ୍କୁ ଗିରଫ କରିଛି ଭିଜିଲାନ୍ସ। ତାଙ୍କଠାରୁ ମୋଟ ୨୪ ଲକ୍ଷ ୨୭ ହଜାର ୯୦୦ ଟଙ୍କା ଜବତ କରାଯାଇଥିଲା। ଗୁରୁବାର ରାତିରେ ଜିତେନ୍ଦ୍ର କୁମାର ବେହେରା ଏକ ସ୍କୋଡା ରାପିଡ୍ କାର୍ରେ ତାଳଚେରରୁ ଅସ୍ତରଙ୍ଗ ଯାଉଥିବା ବେଳେ ଭିଜିଲାନ୍ସର ଏକ ଟିମ୍ ତାଙ୍କୁ ଭୁବନେଶ୍ୱରର ବାଲିଅନ୍ତାର ତ୍ରିନାଥ ବଜାର ନିକଟରେ ଅଟକାଇ ଥିଲା। ଯାଞ୍ଚ ବେଳେ ତାଙ୍କ ଠାରୁ ୧୧ ଲକ୍ଷ ୧୯ ହଜାର ୧୫୦ ଟଙ୍କା ବାହାରିଥିଲା। ଏହି ଟଙ୍କା କେଉଁଠାରୁ ଆଣିଥିଲେ ଓ କାହିଁକି ନେଉଥିଲେ, ସେ ନେଇ କିଛି ସନ୍ତୋଷଜନକ ଉତ୍ତର ଦେଇ ପାରି ନଥିଲେ ଜିତେନ୍ଦ୍ର କୁମାର ବେହେରା । ଏହା ପରେ ତାଳଚେର ସ୍ଥିତ ତାଙ୍କ ଭଡ଼ା ଘର ସହିତ ତାଙ୍କ ନିଜ ଗାଁ ଘର ଓ ଭାଇ ଘରେ ଚଢ଼ାଉ ହୋଇଥିଲା। ଏହା ପରେ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଭିଜିଲାନ୍ସ।






More Stories
ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ବାଜିଲା ବିଗୁଲ୍…..
ବାଇକ୍ ଆରୋହୀଙ୍କ ଉପରେ ଚଢ଼ିଗଲା ଆମ ବସ୍…..
ବର୍ଷା ସହ ବିଜୁଳି-ଘଡ଼ଘଡ଼ି ସମ୍ଭାବନା……