ରିପୋର୍ଟ କାର୍ଡ / ବ୍ରହ୍ମପୁର
ଘରେ ପଶି ଜଣେ ମହିଳା ଓ ତାଙ୍କ ଦୁଇ ପୁଅଙ୍କୁ ଖଣ୍ଡାରେ ହାଣି ଦେଇଛନ୍ତି ୩ରୁ ୪ ଜଣ ବ୍ୟକ୍ତି। ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଆଉ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଏଭଳି ଘଟଣା ଘଟିଛି ବ୍ରହ୍ମପୁର ସଦର ଥାନା ନାରାୟଣପୁର ଗାଁରେ | ମୃତକଙ୍କ ନାଁ ଦୁନିଆ ସାହୁ। ଆହତ ଦ୍ୱୟ ହେଲେ ଦୁନିଆଙ୍କ ମା’ କୁନି ସାହୁ ଓ ସାନ ଭାଇ ଆଲୋକ ସାହୁ। ଆଜି ରାତି ପ୍ରାୟ ୮ଟା ବେଳେ ଏହି ଘଟଣା ଘଟିଛି। ତିନିରୁ ଚାରି ଜଣ ବ୍ୟକ୍ତି ଦୁନିଆ ସାହୁଙ୍କ ଘରେ ପଶିଥିଲେ। ସେମାନେ ପ୍ରଥମେ ଦୁନିଆଙ୍କୁ ହାଣି ଥିଲେ। ଏହି ସମୟରେ ତାଙ୍କ ମାଆ ଓ ଭାଇ ତାଙ୍କୁ ରକ୍ଷା କରିବାକୁ ଆସିଥିଲେ। ତେଣୁ ସେମାନେ ବି ଆକ୍ରମଣର ଶିକାର ହୋଇଥିଲେ।






More Stories
ଗୁଜବ ସୃଷ୍ଟିକାରୀଙ୍କ ଉପରେ ହେବ ଆକ୍ସନ୍…..
ବଦଳିବ ନନ୍ଦନକାନନର ସମୟ ନିର୍ଘଣ୍ଟ…..
କାଳବୈଶାଖୀ କୁ ନେଇ ସତର୍କ ସୂଚନା ଜାରି…..