ରିପୋର୍ଟ କାର୍ଡ / ବ୍ରହ୍ମହପୁର
ସୁସ୍ଥ ହେବାପାଇଁ ଦିଅ ଗଲା ଇଞ୍ଜେକସନ । ହେଲେ ଭଲ ହେବା ପରିବର୍ତ୍ତେ ୨୧ ରୋଗୀ ଙ୍କର ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଛି । ଅବସ୍ଥା ସାଂଘାତିକ ହେବାରୁ ଅଧାରୁ ଅଧିକ ରୋଗୀଙ୍କୁ ଅକ୍ସିଜେନ ସପୋର୍ଟରେ ରଖାଯାଇଛି। ଏପରି ଅଘଟଣ ଆଜି ସକାଳେ ବ୍ରହ୍ମପୁରସ୍ଥିତ ଏମକେସିଜିର ମେଡିସିନ ୱାର୍ଡ ୧ନଂ ୟୁନିଟରେ ଘଟିଛି। ବହୁ ରୋଗୀଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି। ବ୍ରହ୍ମପୁର ଏମକେସିଜିରେ ଜ୍ୱର, ଝାଡ଼ାବାନ୍ତି, ମ୍ୟାଲେରିଆରେ ଆକ୍ରାନ୍ତ ରୋଗୀଙ୍କ ଚିକିତ୍ସା କରାଯାଏ । ଆଜି ସକାଳେ ରୁଟିନ ଚେକଅପ୍ କରାଯାଇ ସବୁ ରୋଗୀଙ୍କୁ ଆଣ୍ଟିବାଟିକ, ଗ୍ୟାଷ୍ଟିକ ଓ ବାନ୍ତି ଇଞ୍ଜେକସନ ଦିଆଯାଇଥିଲା। ଏହାର କିଛି ସମୟ ପରେ ପ୍ରାୟ ୨୧ ରୋଗୀଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରେ ଲାଗିଲା। ହଠାତ୍ ସେମାନେ ଥରିବାକୁ ଲାଗିଲେ। ୨୧ ଜଣଙ୍କ ମଧ୍ୟରୁ ଏବେ ପ୍ରାୟ ୧୨ରୁ ଅଧିକ ଜଣଙ୍କୁ ଅକ୍ସିଜେନ ସପୋର୍ଟ ଦିଆଯାଇଥିବା ସୂଚନା ମିଳିଛି |






More Stories
ସୁଦର୍ଶନ ପଟ୍ଟନାୟକଙ୍କୁ ବଡ଼ ଦାୟିତ୍ୱ…..
ଡାଲମା ହାଣ୍ଡିରେ ବିଷାକ୍ତ ସାପ,୩୦ ଅସୁସ୍ଥ …..
‘ଏସ୍ଓପି’ ନ ମାନିଲେ ଦରମା ବନ୍ଦ…..