ରିପୋର୍ଟ କାର୍ଡ / ବ୍ରହ୍ମହପୁର
ସୁସ୍ଥ ହେବାପାଇଁ ଦିଅ ଗଲା ଇଞ୍ଜେକସନ । ହେଲେ ଭଲ ହେବା ପରିବର୍ତ୍ତେ ୨୧ ରୋଗୀ ଙ୍କର ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଛି । ଅବସ୍ଥା ସାଂଘାତିକ ହେବାରୁ ଅଧାରୁ ଅଧିକ ରୋଗୀଙ୍କୁ ଅକ୍ସିଜେନ ସପୋର୍ଟରେ ରଖାଯାଇଛି। ଏପରି ଅଘଟଣ ଆଜି ସକାଳେ ବ୍ରହ୍ମପୁରସ୍ଥିତ ଏମକେସିଜିର ମେଡିସିନ ୱାର୍ଡ ୧ନଂ ୟୁନିଟରେ ଘଟିଛି। ବହୁ ରୋଗୀଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି। ବ୍ରହ୍ମପୁର ଏମକେସିଜିରେ ଜ୍ୱର, ଝାଡ଼ାବାନ୍ତି, ମ୍ୟାଲେରିଆରେ ଆକ୍ରାନ୍ତ ରୋଗୀଙ୍କ ଚିକିତ୍ସା କରାଯାଏ । ଆଜି ସକାଳେ ରୁଟିନ ଚେକଅପ୍ କରାଯାଇ ସବୁ ରୋଗୀଙ୍କୁ ଆଣ୍ଟିବାଟିକ, ଗ୍ୟାଷ୍ଟିକ ଓ ବାନ୍ତି ଇଞ୍ଜେକସନ ଦିଆଯାଇଥିଲା। ଏହାର କିଛି ସମୟ ପରେ ପ୍ରାୟ ୨୧ ରୋଗୀଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରେ ଲାଗିଲା। ହଠାତ୍ ସେମାନେ ଥରିବାକୁ ଲାଗିଲେ। ୨୧ ଜଣଙ୍କ ମଧ୍ୟରୁ ଏବେ ପ୍ରାୟ ୧୨ରୁ ଅଧିକ ଜଣଙ୍କୁ ଅକ୍ସିଜେନ ସପୋର୍ଟ ଦିଆଯାଇଥିବା ସୂଚନା ମିଳିଛି |






More Stories
ବାତ୍ୟା ଲ୍ୟାଣ୍ଡଫଲ୍ ପରେ ସ୍ଥିତି ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ…..
ଫେବ୍ରୁଆରୀ ୧୬ରୁ ଆରମ୍ଭ ହେବ ଯୁକ୍ତ ୨ ପରୀକ୍ଷା…..
‘ଅକୱାନ’ର ମୁକାବିଲା ପାଇଁ ରାଜ୍ୟ ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ……