ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଗୁଜରାଟ ବଡୋଦରା ଜିଲ୍ଲାର ମାହିସାଗର ନଦୀ ଉପରେ ନିର୍ମିତ ଏକ ସେତୁର କିଛି ଅଂଶ ଭୁଶୁଡି ପଡିବାରୁ ୧୩ ଜଣଙ୍କର ମୃତ୍ୟୁ ହୋଇଛି। ବୁଧବାର ସକାଳ ପ୍ରାୟ ୭ଟା ୩୦ରେ ସେତୁ ଉପରେ ଯାନବାହନ ଚଳାଚଳ କରୁଥିବାବେଳେ ଏହାର କିଛି ଅଂଶ ହଠାତ୍ ଭୁଶୁଡି ପଡିଥିଲା। ଫଳରେ ନଦୀ ମଧ୍ୟକୁ ଦୁଇଟି ଟ୍ରକ୍, ଗୋଟିଏ ଭ୍ୟାନ୍, କାର୍ ଓ ଅଟୋରିକ୍ସା ଖସି ପଡିଥିଲା। ଗାଡିରେ ଥିବା ଯାତ୍ରୀଙ୍କ ମଧ୍ୟରୁ ୧୩ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୩ଜଣ ଆହତ ହୋଇଛନ୍ତି। ବଡୋଦରା ଗ୍ରାମାଞ୍ଚଳ ଏସ୍ପି ରୋହନ ସାଗରଙ୍କ କହିବା ଅନୁଯାୟୀ ମାହି ସାଗର ନଦୀ ଉପରେ ନିର୍ମିତ ଗମ୍ଭୀରା ସେତୁ ଉପରେ ଏକ ଟ୍ରକ୍, ଭ୍ୟାନ୍ ଓ କାର୍ ଯାଉଥିବାବେଳେ ଏହା ହଠାତ୍ ଭୁଶୁଡି ପଡିଥିଲା। ଟ୍ରକ୍ଟି କାର୍ ଓ ଭ୍ୟାନକୁ ଆଗକୁ ଯିବା ଲାଗି ରାସ୍ତା ଛାଡିବା ସମୟରେ ଏହା ଭୁଶୁଡି ପଡିଥିଲା। କାର୍ ଓ ଭ୍ୟାନ ସହିତ ଆଉ ତିନିଟି ଗାଡି ନଦୀ ଭିତରକୁ ଖସିପଡିଥିଲା। ସେତୁଟି ବଡୋଦରା ଓ ଆନନ୍ଦକୁ ଯୋଗାଯୋଗ କରୁଥିଲା। ଏହା ବଡୋଦରା ସହର ଠାରୁ ୨୫ କିମି ଦୂରରେ ଅବସ୍ଥିତ। ସେତୁଟି ସୌରାଷ୍ଟ୍ରକୁ ଯୋଗାଯୋଗର ଏକ ପ୍ରମୁଖ ମାଧ୍ୟମ ଥିଲା। ସକାଳ ସମୟ ହୋଇଥିବାରୁ ଦୁର୍ଘଟଣାର ବ୍ୟାପକତା କମ୍ ରହିଛି। ଅନ୍ୟଥା ବହୁ ଗାଡି ନଦୀ ମଧ୍ୟକୁ ଖସିପଡିଥାନ୍ତା। ୯୦୦ ମିଟର ଲମ୍ବ ସେତୁର ଦୁଇଟି ଖମ୍ବର ଗୋଟିଏ ମଝି ଅଂଶ ସମ୍ପୂର୍ଣ୍ଣ ଭୁଶୁଡି ପଡିଥିବା ଦେଖାଯାଇଛି।






More Stories
ହଟିବନି ଟେଲିଗ୍ରାମ ବ୍ୟାନ…..
ପୁନର୍ବାର ସୀମା ପୁନଃନିର୍ଦ୍ଧାରଣ ବିଲ୍ ଆଗତ ଲକ୍ଷ୍ୟରେ ବିଜେପି……
ଭ୍ୟାନ୍ କୂଅକୁ ଖସି ୧୪ ମୃତ…..