ରିପୋର୍ଟକାର୍ଡ / ଭୁବନେଶ୍ୱର
କଟକରେ ବ୍ରିଜ ସ୍ଲାବ ଭୁଶୁଡ଼ିବା ଘଟଣାର ୩ଜଣିଆ କମିଟି ତଦନ୍ତ କରିବ ବୋଲି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି। ଇଞ୍ଜିନିୟର ଇନ୍ ଚିଫ୍ ଲକ୍ଷ୍ମୀକାନ୍ତ ପାଢ଼ୀ କମିଟି ମୁଖ୍ୟ ଥିବାବେଳେ ୧୫ ଦିନ ମଧ୍ୟରେ ତଦନ୍ତ ରିପୋର୍ଟ ଦିଆଯିବ। ଏହାପରେ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଆଇନ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ପ୍ରକାଶ କରିଛନ୍ତି। ଉଲ୍ଲେଖ ଯୋଗ୍ୟ-ଶନିବାରକଟକ ଖାନନଗର ବ୍ରିଜ ନିର୍ମାଣବେଳେ ସ୍ଲାବ ଖସି ପଡ଼ିବାରୁ ସେଠାରେ କାମ କରୁଥିବା ଶ୍ରମିକମାନେ ଚାପି ହୋଇଯାଇଥିଲେ। ସେମାନଙ୍କ ମଧ୍ୟରୁ ୫ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ଉଦ୍ଧାର ପରେ ସେମାନଙ୍କ ମଧ୍ୟରୁ ୨ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଅନ୍ୟ ୩ ଗୁରୁତରଙ୍କୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି।






More Stories
ବନ୍ୟା ପ୍ୟାକେଜ୍ ଘୋଷଣା କଲେ ମୁଖ୍ୟମନ୍ତ୍ରୀ…..
ଡିଜିପି ନିଯୁକ୍ତି ମାମଲା;ସେପ୍ଟେମ୍ବର ୨ରେ ପରବର୍ତ୍ତୀ ଶୁଣାଣି…..
ନୂଆ DGP ଚୟନ ପ୍ରକ୍ରିୟା ମାମଲାର ଆଜି ଶୁଣାଣି……