ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ବ୍ରିଟେନର ଗ୍ରେଟ୍ ୟାରମାଉଥ୍ ନିକଟରେ ବୋମା ବିସ୍ଫୋରଣ ହୋଇଛି । ଏହି ବୋମାକୁ ନିଷ୍କ୍ରିୟ କରିବା ସମୟରେ ଏହା ବିସ୍ଫୋରଣ ହେବାରୁ ୨୪କିଲୋମିଟର ଯାଏଁ ଇଲାକା ଥରିଉଠିଥିଲା । ଏବେ ଏହି ବିସ୍ଫେରଣର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ବିବିସି ରିପୋର୍ଟ ମୁତାବକ, ମଙ୍ଗଳବାର ସକାଳ ସମୟରେ ଗ୍ରେଟ୍ ୟାରମାଉଥ୍ ଗ୍ୟାସ ପାଇପ କାମ ଚାଲୁଥିବାବେଳେ ଏକ ବୋମା ଦେଖିବାକୁ ମିଳିଥିଲା । ଏହାକୁ ପରୀକ୍ଷା ନିରୀକ୍ଷା କରିବାରୁ ଏହା ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟର ବୋଲି ଜାଣିବାକୁ ମିଳିଥିଲା । ଏହି ବୋମାକୁ ନିଷ୍କ୍ରିୟ କରିବା ସମୟରେ ଏପରି ଭାବେ ବିସ୍ଫୋରଣ ହୋଇଥିଲା ଯେ, ପାଖାପାଖି ୨୪ କିଲୋମିଟର ଯାଏଁ ଅଞ୍ଚଳ ଥରି ଉଠିଥିଲା ।






More Stories
ବିଜେପି ବିରୋଧରେ ସାରା ଦେଶରେ ବିକ୍ଷୋଭ……
କଂଗ୍ରେସ ସାଂସଦଙ୍କୁ ହ୍ୱିପ୍ ଜାରି……
କର୍ମଚାରୀଙ୍କ ପାଇଁ ଘରୁ କାମ ବାଧ୍ୟତାମୂଳକ……