ରିପୋର୍ଟ କାର୍ଡ / ଖୋର୍ଦ୍ଧା
ବ୍ରାଉନସୁଗାର କବଳରେ ଯୁବପିଢ଼ୀ । ଖୋର୍ଦ୍ଧା ସହରରେ ବ୍ରାଉନସୁଗାର କାରବାର ବଢିଯାଇଛି | ପୋଲିସ ପାଇଁ ଚିନ୍ତାର କାରଣ ପାଲଟିଛି ।ଖୋର୍ଦ୍ଧା ଟାଉନ୍ ଥାନା ପୋଲିସ ଚଢ଼ଉ କରି ୩୧୦ ଗ୍ରାମ୍ ବ୍ରାଉନସୁଗର ଜବତ କରିଛି । ଜବତ ବ୍ରାଉନସୁଗରର ମୂଲ୍ୟ ୩୧ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଛି । ଏହି ଘଟଣାରେ ଜଣେ ନାବାଳିକା ସମେତ ୪ଜଣଙ୍କୁ ପୋଲିସ ଗିରଫ କରିଛି । ଖୋର୍ଦ୍ଧା ଗୁରୁଜଙ୍ଗ କୋଚିଲାକଣ ସାହିର ନନ୍ଦକିଶୋର ସାହୁଙ୍କ ଘରେ ଖୋର୍ଦ୍ଧା ଟାଉନ୍ ପୋଲିସ ଓ ସ୍ପେଶାଲ୍ ସ୍କ୍ୱାଡ୍ ମିଳିତ ଭାବେ ଚଢ଼ଉ କରି ଏହି ବ୍ରାଉନସୁଗର ଜବତ କରିଛନ୍ତି । ଏଥିସହ ଗୋଟିଏ କାର ଓ ୨ଟି ବାଇକ ମଧ୍ୟ ଜବତ କରାଯାଇଛି ।






More Stories
ଭୁବନେଶ୍ୱରରେ ଭାରତୀୟ ସ୍ଥଳସେନା ମୁଖ୍ୟ…..
ମଦ ଦୋକାନ ପାଇଁ ହେବ ଲଟେରୀ….
ଆଜି ଶ୍ରୀମନ୍ଦିରରେ ଦର୍ଶନ ବନ୍ଦ…..