ରିପୋର୍ଟ କାର୍ଡ / କୋରାପୁଟ
୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି କୋରାପୁଟ ଜିଲ୍ଲା ବିଜାଘାଟି ସିଆରସିସି ସିଂହସେଠୀ କିଷନ କୁମାର। ସେ ଜଣେ ଶିକ୍ଷକଙ୍କ ଠାରୁ ତାଙ୍କ ସର୍ଭିସ୍ ରେକର୍ଡ ଅପ୍ଡେଟ୍ କରିବା ପାଇଁ ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଥିଲେ। ସିଆରସିସି ସିଂହସେଠୀ କିଷନ କୁମାରଙ୍କୁ ଏକ ଗ୍ରାହକ ସେବା କେନ୍ଦ୍ରରୁ ଭିଜିଲାନ୍ସ ଅଧିକାରୀମାନେ ଧରିଥିଲେ। ସେ ସେହି ସମୟରେ ଅଭିଯୋଗକାରୀଙ୍କ ଠାରୁ ୨୦ ହଜାର ଟଙ୍କା ନେଉଥିଲେ। ସିଂହସେଠୀ କିଷନ କୁମାରଙ୍କ ଠାରୁ ସମସ୍ତ ଲାଞ୍ଚ ଟଙ୍କା ଜବତ କରାଯାଇଛି। ସିଆରସିସି ସିଂହସେଠୀ କିଷନ କୁମାରଙ୍କୁ ଗିରଫ କରିବା ପରେ ନାରାୟଣପାଟଣା ସ୍ଥିତ ତାଙ୍କ ଘର ଓ ଅଫିସ୍ରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଥିଲା। ଭିଜିଲାନ୍ସ ପକ୍ଷରୁ ତଦନ୍ତ ଜାରି ରହିଛି।






More Stories
୧୦ ଜିଲ୍ଲାକୁ ୟେଲୋ ଓ୍ବାର୍ନିଂ ଜାରି……
ଜଗମୋହନ ମୀନାଙ୍କ ଇସ୍ତଫାକୁ ନେଇ ମୁହଁ ଖୋଲିଲେ ଡିଜିପି…..
ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ବାଜିଲା ବିଗୁଲ୍…..