Report Card Odisha

| Daily Odia News

ରାଜଧାନୀ ରୁ ବ୍ରାଉନ୍‌ ସୁଗାର ଜବତ,୩ ଗିରଫ…..

ରିପୋର୍ଟ କାର୍ଡ / ଭୁବନେଶ୍ବର

ରାଜଧାନୀ ଭୁବନେଶ୍ଵରରୁ ପ୍ରାୟ ପ୍ରତେକଦିନ ବ୍ରାଉନ୍‌ ସୁଗାର ଜବତ ହେଉଛି | ଆଜି ଏମ୍‌ସ ନିକଟରୁ ୨ କୋଟିରୁ ଅଧିକ ଟଙ୍କା ବ୍ରାଉନ୍‌ ସୁଗାର ଜବତ ସହ ୩ ବେପାରି ଙ୍କୁ ଗିରଫ କରିଛି ଏସ୍‌ଟିଏଫ୍‌ । ଗିରଫ ଅଭିଯୁକ୍ତ ହେଲେ ତମାଣ୍ଡୋର ଭାଗିରଥୀ ଭଟ୍ଟ, ଖୋର୍ଦ୍ଧା ବାଲିପାଟଣାର ବିଶ୍ବଜିତ ନାୟକ, ଖଣ୍ଡଗିରି ଅଞ୍ଚଳର ଚନ୍ଦନ ମଲ୍ଲିକ ବୋଲି ଜଣାପଡିଛି । ସୂଚନା ଅନୁସାରେ- ବ୍ରାଉନ୍‌ସୁଗାର କାରବାର୍‌ ନେଇ ଏସ୍‌ଟିଏଫ୍‌ ନିକଟରେ ଗୁଇନ୍ଦା ସୂଚନା ମିଳିଥିଲା । ଏହାପରେ ଭୁବନେଶ୍ୱର ଏମ୍‌ସ ନିକଟରେ ଚଢାଉ କରିଥିଲେ ଏସ୍‌ଟିଏଫ୍‌ । ବ୍ରାଉନ୍‌ସୁଗାର କାରବାର ଅଭିଯୋଗରେ ୩ଜଣଙ୍କୁ ଗିରଫ କରିଛି ଏସ୍‌ଟିଏଫ୍‌ । ସେମାନଙ୍କ ନିକଟରୁ ୨ କେଜି ୫୮ ଗ୍ରାମ୍ ବ୍ରାଉନସୁଗାର ଜବତ ହୋଇଥିବା ଜଣାପଡିଛି ।

Breaking News