ରିପୋର୍ଟ କାର୍ଡ / ଭୁବନେଶ୍ବର
ବିଦେଶ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆସନ୍ତା ୨୮ ତାରିଖରେ ୟୁଏଇରେ ମୁଖ୍ୟମନ୍ତ୍ରୀଙ୍କ କିଛି କାର୍ଯ୍ୟକ୍ରମ ରହିଥିବା ନେଇ ସୂଚନା ମିଳିଛି । ମିଳିଥିବା ରିପୋର୍ଟ ଅନୁଯାୟୀ – ୟୁଏଇରେ ବିଭିନ୍ନ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେବେ । ତାହା ସହ ୟୁଏଇରେ ଇଣ୍ଡଷ୍ଟ୍ରିଆଲ ମିଟରେ ମଧ୍ୟ ମୁଖ୍ୟମନ୍ତ୍ରୀ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି । ଇପିକଲ, ଫିକି ଓ ସ୍ଥାନୀୟ କନସୁଲେଟଙ୍କ ପକ୍ଷରୁ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିବା ସୂଚନା ମିଳିଛି । ସବୁଠାରୁ ବଡ଼ କଥା ହେଉଛି ମୁଖ୍ୟମନ୍ତ୍ରୀଙ୍କ ଏହି ୟୁଏଇ ଗସ୍ତ ସମୟରେ ପ୍ରବାସୀ ଓଡ଼ିଆଙ୍କୁ ମଧ୍ୟ ନବୀନ ଭେଟିବେ ବୋଲି କୁହାଯାଉଛି । ତାହା ସହ ନବୀନ ଇଟାଲୀ ମଧ୍ୟ ଯିବାର କାର୍ଯ୍ୟକ୍ରମ ଥିବା ସୂଚନା ମିଳିଛି । ରୋମରେ କିଛି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ସାମିଲ ହେବେ । ହେଲେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ସିଏମଓ ପକ୍ଷରୁ ବିଧିବଦ୍ଧ ଭାବେ କୌଣସି ସୂଚନା ଦିଆଯାଇନାହିଁ ।






More Stories
ଚକୋଲେଟ୍ ବାଣ୍ଟିଲେ ରାଷ୍ଟ୍ରପତି……
ଭାଜପା ଉପରୁ ଜନତାଙ୍କ ବିଶ୍ୱାସ ତୁଟିଛି,ଏଠାରୁ ପରିବର୍ତ୍ତନର ଆରମ୍ଭ :ଧର୍ମେନ୍ଦ୍ର….
ଶିକ୍ଷା ଭବିଷ୍ୟତ ନିର୍ମାଣର ମୂଳଦୁଆ….