ରିପୋର୍ଟ କାର୍ଡ / କଟକ
କଟକରୁ ୧୦୬ ଗ୍ରାମର ବ୍ରାଉନ ସୁଗାର ଜବତ ହୋଇଛି | ଲାଲ ବାଗ ଥାନା ପୋଲିସ ୨ ମାଫିଆଙ୍କୁ ଗିରଫକରି କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି | ଜବତ ହୋଇଥିବା ବ୍ରାଉନ ସୁଗାରର ଆନୁମାନିକ ମୂଲ୍ୟ ପ୍ରାୟ ୧୦ ଲକ୍ଷ ୬୦ହଜାର ଟଙ୍କା ହେବ | ପୋଲିସ ଅଭିଯୁକ୍ତଙ୍କ ଠାରୁ ୨ଲକ୍ଷ ୮୦ ହଜାର ଟଙ୍କା, ୨ ବାଇକ ଏବଂ ୨ ମୋବାଇଲ ଜବଦ କରିଛି | ଅଭିଯୁକ୍ତ ସହର ବିଭିନ୍ନ ସ୍ଥାନରେ ଗ୍ରାହକଙ୍କୁ ବ୍ରାଉନ ସୁଗାର ବିକ୍ରି କରୁଥିଲେ | ପୋଲିସ ଏମାନଙ୍କ ଗତିବିଧି ଉପରେ ତୀକ୍ଷ୍ନ ନଜର ରଖିଲା | କଟକ ଗଣେଷ ଘାଟ ନିକଟରୁ ଲାଲ ବାଗ ଥାନା ପୋଲିସ ୨ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି | ବେଆଇନ ବ୍ରାଉନ ସୁଗାର କାରବାର ଉପରେ କମିଶନରେଟ ପୋଲିସର କଡା ନଜର ରହିଛି | ଯେଉଁ ମାନେ ଏହି କାର୍ଯ୍ୟରେ ଲିପ୍ତ ଅଛନ୍ତି ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ | ଏନେଇ ସାମ୍ବାଦିକ ସମ୍ମିଳନୀକରି କଟକ ଡିସିପି ପ୍ରତୀକ ସିଂ ସୂଚନା ଦେଇଛନ୍ତି |
More Stories
୧୯ ଘଣ୍ଟା ଅଟକ ପରେ ବିଧାୟକଙ୍କୁ ଛାଡିଲା ପୋଲିସ…..
ଆର୍ ଆଣ୍ଡ ବି ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ଼…..
କଟକରେ ଜଣେ କୋଭିଡ୍ ସଂକ୍ରମିତ ଚିହ୍ନଟ….