ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ତାମିଲନାଡ଼ୁ ବିଏସ୍ପି ରାଜ୍ୟ ସଭାପତି କେ ଆର୍ମଷ୍ଟ୍ରଙ୍ଗ୍ଙ୍କ ହତ୍ୟା ଘଟଣାର ଅନ୍ୟତମ ଅଭିଯୁକ୍ତ ଥିରୁଭେଙ୍ଗାଦମ୍ ପୋଲିସ ଏନ୍କାଉଣ୍ଟରରେ ନିହତ ହୋଇଛି। ଲୁଚାଇଥିବା ବନ୍ଧୁକର ଉଦ୍ଧାର ନିମନ୍ତେ ଅଭିଯୁକ୍ତ ଥିରୁଭେଙ୍ଗାଦମ୍ଙ୍କୁ ସାଙ୍ଗରେ ନେଇ ଆଜି ପୋଲିସର ଏକ ଟିମ୍ ଯାଇଥିଲେ। ଉଦ୍ଧାର ହେବା ବନ୍ଧୁକରୁ ପୋଲିସକୁ ଗୁଳି କରି ଥିରୁଭେଙ୍ଗାଦମ୍ ଫେରାର୍ ହେବାକୁ ଉଦ୍ୟମ କରିଥିଲା। ପୋଲିସର ପାଲଟା ଆକ୍ରମଣରେ ଥିରୁଭେଙ୍ଗାଦମ୍ ଆହତ ହୋଇଥିଲା। ଗୁରୁତର ଅବସ୍ଥାରେ ତାକୁଏକ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ତା’ର ମୃତ୍ୟୁ ଘଟିଥିଲା। ଗତ ୫ ତାରିଖରେ ଆର୍ମଷ୍ଟ୍ରଙ୍ଗ ନିଜ ଘର ନିକଟରେ ଦଳୀୟ କର୍ମୀଙ୍କ ସହ ଆଲୋଚନା କରୁଥିଲେ। ଏହି ସମୟରେ ୬ଜଣ ମୋଟରସାଇକଲ୍ ଆରୋହୀ ସେଠାରେ ପହଞ୍ଚି ତାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ। ଏଥିରେ କେ ଆର୍ମଷ୍ଟ୍ରଙ୍ଗ୍ଙ୍କ ମୃତ୍ୟୁ ଘଟିଥିଲା। ପୋଲିସ ଏହି ମାମଲାରେ ଥିରୁଭେଙ୍ଗାମ୍ଙ୍କ ସହ ୧୧ଜଣଙ୍କୁ ଗିରଫ କରିଥିଲା।






More Stories
ବିଜେପି ବିରୋଧରେ ସାରା ଦେଶରେ ବିକ୍ଷୋଭ……
କଂଗ୍ରେସ ସାଂସଦଙ୍କୁ ହ୍ୱିପ୍ ଜାରି……
କର୍ମଚାରୀଙ୍କ ପାଇଁ ଘରୁ କାମ ବାଧ୍ୟତାମୂଳକ……