Report Card Odisha

| Daily Odia News

ବୁଦ୍ଧଙ୍କ ବାଣୀ ଦେଶକୁ କୋଭିଡ୍‌ ମୁକ୍ତ କରାଇବାରେ ମାର୍ଗଦର୍ଶନ କରାଇବ:ପ୍ରଧାନମନ୍ତ୍ରୀ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଆଜି ଆଷାଢ଼ ପୂର୍ଣ୍ଣିମା-ଧମ୍ମଚକ୍ର ଦିବସ | ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭଗବାନ ବୁଦ୍ଧଙ୍କୁ ପ୍ରଣିପାତ କରିବା ସହ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଚନାଟି | ଆଉ କହିଛନ୍ତି ବୁଦ୍ଧଙ୍କ ବାଣୀ ଦେଶକୁ କୋଭିଡ୍‌-୧୯ ମହାମାରୀ ମୁକ୍ତ କରାଇବାରେ ମାର୍ଗଦର୍ଶନ କରାଇବ। ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଅଭିଭାଷଣ ‌ପ୍ରଦାନ କରି ପ୍ରଧାନମନ୍ତ୍ରୀ ମୋଦୀ କହିଲେ, ସାରନାଥରେ ଭଗବାନ ବୁଦ୍ଧ ତାଙ୍କ ଅନୁଗାମୀମାନଙ୍କୁ ଜୀବନର ସକଳ ଉତ୍ସ ସମ୍ବନ୍ଧରେ କହିଥିଲେ। ସେ ଆମକୁ ଦୁଃଖ ଏବଂ ତା’ର କାରଣ ସମ୍ବନ୍ଧରେ କହିଛନ୍ତି। ଯେତେ ଭୟାବହ ହୋଇ ଥାଉ ନା କାହିଁକି, ଜଣେ ଦୁଃଖକୁ ପରାସ୍ତ କରିପାରିବ ବୋଲି ମଧ୍ୟ ସେ ଆମକୁ ଆଶ୍ବାସନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ଭଗବାନ ବୁଦ୍ଧଙ୍କ ବାଣୀ ମାନବଜାତିକୁ କୋଭିଡ୍‌-୧୯ର ଅନ୍ଧକାରରୁ ମୁକ୍ତ କରିପାରିବ। ସେ କହିଲେ, ଭାରତ ଭଗବାନ ବୁଦ୍ଧଙ୍କ ମାର୍ଗ ଅନୁସରଣ କରୁଛି ଏବଂ ପରସ୍ପରର ସାମର୍ଥ୍ୟ ମିଶାଇ ମିଳିତ ଭାବେ ମହାମାରୀର ମୁକାବିଲା କରିବା ଲାଗି ଅନ୍ୟ ଦେଶମାନଙ୍କ ସହ ‌ଯୋଗ ଦେଇଛି। ପ୍ରଧାନମନ୍ତ୍ରୀଙ୍କ ଅଭି‌ଭାଷଣ ପରେ ପରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଧ୍ୟ ଗୁରୁ ପୂର୍ଣ୍ଣିମା ଅବସରରେ ଭଗବାନ ବୁଦ୍ଧଙ୍କୁ ପ୍ରଣିପାତ କରି କହିଲେ ଯେ, ତାଙ୍କ ବାଣୀ ଦୁର୍ଦ୍ଦଶାର ଅବସାନ ପାଇଁ ବାଟ ଦେଖାଏ ଏବଂ ଅହିଂସାର ପ୍ରସାର କରେ।

Breaking News