ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଫିଲିପାଇନ୍ସରେ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୭ ଥିଲା । ତେବେ ଏହି ସମୟ ମଧ୍ୟରେ କୌଣସି କ୍ଷୟକ୍ଷତି ହୋଇ ନାହିଁ । ଯେତେବେଳେ ଭୂକମ୍ପ ହୋଇଥିଲା, ଲୋକମାନେ ଭୟଭୀତ ହୋଇ ଘରୁ ଦୌଡି ପଳାଇଆସିଥିଲେ । ସୁନାମି ହେବାର ସମ୍ଭାବନା ବି ନାହିଁ । ସୂଚନା ଅନୁସାରେ- ଆଜି ସକାଳେ ପ୍ରବଳ କମ୍ପନ ଅନୁଭୂତ ହୋଇଥିଲା । ଫିଲିପାଇନ୍ସର ନ୍ୟାସନାଲ ସେସମୋଲୋଜିକାଲ ସେଣ୍ଟର କହିଛି ଯେ ଲୁଜନର ମୁଖ୍ୟ ଦ୍ୱୀପପୁଞ୍ଜରେ ୬.୭ ତୀବ୍ରତାରେ ଏକ ଭୂକମ୍ପ ଘଟିଛି । ଏହାର କେନ୍ଦ୍ର ସ୍ଥଳ ୧୧୨ କିଲୋମିଟର ତଳେ ଗଭୀରରେ ଥିଲା । କିଛି ମିନିଟ୍ ପରେ ସମାନ ଅଞ୍ଚଳରେ ୫.୮ ତୀବ୍ରତାରେ ଭୂକମ୍ପ ଅନୁଭୂତ ହୋଇଥିଲା । ବାଟାଙ୍ଗାସ୍ ପ୍ରଦେଶର ପୋଲିସ୍ ଅଧିକାରୀ ରୋନି ଓରେଲାନୋ କହିଛନ୍ତି ଯେ କମ୍ପନ ଅନୁଭୂତ ହୋଇଛି । ଏହା ଏକ ଅତ୍ୟଧିକ ତୀବ୍ର ଭୂକମ୍ପ ଥିଲା । ଭୂକମ୍ପ ଯୋଗୁଁ ଲୋକମାନେ ଆତଙ୍କିତ ଅବସ୍ଥାରେ ଥିଲେ । ତେବେ ଏହି ଅଞ୍ଚଳରେ ପ୍ରତିଦିନ ଭୂକମ୍ପ ଅନୁଭୂତ ହେଉଥିଥିଲା ଯାହା ଫଳରେ ଏଠାରେ ରହୁଥିବା ବାସିନ୍ଦାମାନେ ଏଥିରେ ଅଭ୍ୟସ୍ତ ହୋଇଯାଇଛନ୍ତି ।
Discussion about this post