Report Card Odisha

| Daily Odia News

ଆଜିଠାରୁ ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଆଜିଠାରୁ ଆରମ୍ଭ ହେବ ବେଜଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ । ଏଥିରେ ବିରୋଧୀ କେନ୍ଦ୍ର ସରକାରଙ୍କୁ ଘେରିବା ପାଇଁ ପ୍ରୟାସ କରିବେ। ବେରୋଜଗାରୀ, ଇପିଏଫର ସୁଧ ହାର ହ୍ରାସ ଏବଂ ଯୁଦ୍ଧଗ୍ରସ୍ତ ଯୁକେନରେ ଫସିଥିବା ଭାରତୀୟଙ୍କ ଉଦ୍ଧାର ସମତେ ଅନେକ ମାମଲାରେ ସରକାରଙ୍କୁ ଘେରିବାକୁ ଉଦ୍ୟମ କରିବେ । ବଜେଟରେ ଥିବା ପ୍ରସ୍ତାବ ଉପରେ ସଂସଦର ମଞ୍ଜୁରୀ ପାଇବା ଏବଂ କେନ୍ଦ୍ର ଶାସିତ ପ୍ରଦେଶ ଜମ୍ମୁ କଶ୍ମୀର ପାଇଁ ବଜେଟ୍ ଆଗତ କରିବା ପରେ ସରକାରଙ୍କ ଏଜେଣ୍ଡାର ଶୀର୍ଷରେ ରହିବ। ସୋମବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଜମ୍ମୁ କଶ୍ମୀର ପାଇଁ ବଜେଟ୍ ଉପସ୍ଥାପନ କରିବେ। ଏପରେ ଅପରାହ୍ଣରେ ଏହା ଉପରେ ଚର୍ଚ୍ଚା ହୋଇପାରେ।ସରକାର ସମ୍ୱିଧାନ ( ଅନୁସୂତିକ ଜନଜାତି) ଆଦେଶ (ସଂଶୋଧନ) ବିଧେୟକ ଲୋକସଭାରେ ଆଗତ କରିବା ବିଚାର ଏବଂ ପାରିତ କରିବା ପାଇଁ ସୂଚୀବଦ୍ଧ କରିଛନ୍ତି। ବଜେଟ ଅଧିବେଶନର ପ୍ରଥମ ପର୍ଯ୍ୟାୟ ଜାନୁଆରୀ ୨୯ରୁ ଆରମ୍ଭ ହୋଇ ଫେବ୍ରୁଆରୀ ୧୧ରେ ଶେଷ ହୋଇଥିଲା। ତେବେ କୋଭିଡ ୧୯ ମାମଲାରେ ସୁଧାର ପରେ ଲୋକସଭା ଏବଂ ରାଜ୍ୟସଭା କାମ ସକାଳ ୧୧ଟାରୁ ଏକା ସାଙ୍ଗରେ ଆରମ୍ଭ ହୋଇପାରେ ।

 

Breaking News