ରିପୋର୍ଟ କାର୍ଡ / ପୁରୀ
ଆଜି ବସିଥିବା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ୧୯୦ କୋଟି ଟଙ୍କାର ବଜେଟ୍ ଅନୁମୋଦିତ ହୋଇଛି । ଏହାସହ ଚଳିତ ବର୍ଷ ମହାପ୍ରଭୁଙ୍କ ଖଣିରୁ ଅଧିକ ଆୟ କରାଯିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ବେଳେ ଖଣ୍ଡେଲାଇଟ ପଥର ଆମଦାନୀ ପାଇଁ ଓଏମସି ସହିତ ଚୁକ୍ତି କରାଯିବ | ସେହିପରି ସୂର୍ଯ୍ୟ ମନ୍ଦିରରେ ରୂପା ଛାଉଣୀ କାର୍ଯ୍ୟ ଓ ଶ୍ରୀମନ୍ଦିର କର୍ମଚାରୀ ଓ ସେବାୟତଙ୍କ ପାଇଁ ଡ୍ରେସ୍ କୋଡ୍ ଖୁବଶୀଘ୍ର ଲାଗୁ ହେବାକୁ ନେଇ ନିଷ୍ପତ୍ତି ହୋଇଛି । ପୁରୀ ସହର ଜମିଜମା ସମସ୍ୟାର ସମାଧାନ ପାଇଁ ମୁଖ୍ୟ ଶାସନ ସଚିବଙ୍କ ସହ ବୈଠକ ହୋଇଛି । ଏହି ସମସ୍ୟାର ସମାଧାନ ଖୁବଶୀଘ୍ର କରାଯିବ ବୋଲି ପରିଚାଳନା କମିଟି ବୈଠକ ପରେ ମୁଖ୍ୟ ପ୍ରଶାସକ ଶ୍ରୀମନ୍ଦିର ସୂଚନା ଦେଇଛନ୍ତି । ଶ୍ରୀମନ୍ଦିର ପରିଚାଳନା କମିଟିରେ ଗୃହୀତ ହୋଇଛି ଚଳିତ ଆର୍ଥିକ ବର୍ଷର ବଜେଟ । କୋଭିଡ କଟକଣା ଯୋଗୁଁ ପୂର୍ବରୁ ବିଳମ୍ବିତ ହୋଇଥିବା ବଜେଟ୍ ୧୯୦.୨୬ କୋଟିର ବଳକା ବଜେଟ୍ ଭାବେ ଗୃହୀତ ହୋଇଥିଲା । ଖଣିରୁ ୧୫ କୋଟି, ଜମା ସୁଧରୁ ୩୭ କୋଟି, ହୁଣ୍ଡିରୁ ୬ କୋଟି ଟଙ୍କା ଓ ରାଜ୍ୟ ସରକାର ୪୨ କୋଟି ଟଙ୍କାର ସହାୟତା ଦେଇଥିବା ବଜେଟରେ ଉଲ୍ଲେଖ କରାଯାଇଛି । ରଥଯାତ୍ରାରେ ୧୨ କୋଟି ୭୨ ଲକ୍ଷ ଟଙ୍କା, ପାଳିଆ ପୁରସ୍କାରରେ ୧୫ କୋଟି, ବିଭିନ୍ନ ଉନ୍ନୟନ କାର୍ଯ୍ୟରେ ୨୧ କୋଟି ଟଙ୍କା ବିନିଯୋଗ କରାଯାଇଛି । ଆସନ୍ତାବର୍ଷ ଖଣିରୁ ପ୍ରାୟ ୭୦ କୋଟି ଟଙ୍କା ଆୟର ଲକ୍ଷ୍ୟ ରଖାଯାଇଥିବା ବେଳେ ଶ୍ରୀମନ୍ଦିରରେ ଲାଗିଥିବା ଖଣ୍ଡେଲାଇଟ ପଥର ଆମଦାନୀ ପାଇଁ ଓଏମସି ସହିତ ବୁଝାମଣା କରାଯିବ । ପୁରୀ ସହରର ଜମିଜମା ସମସ୍ୟାର ସମାଧାନ ପାଇଁ ମୁଖ୍ୟ ଶାସନ ସଚିବଙ୍କ ସହିତ ବୈଠକ କରାଯାଇଛି । ଖୁବଶୀଘ୍ର ଏହି ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନିଆଯିବ ବୋଲି ମୁଖ୍ୟ ପ୍ରଶାସକ କହିଛନ୍ତି । ସେହିପରି ସୂର୍ଯ୍ୟ ମନ୍ଦିର ଦ୍ବାରର ହେବ ରୂପା ଛାଉଣୀ । ଜଣେ ଦାତାଙ୍କ ଦ୍ବାରା ଏହି ରୂପା ଛାଉଣୀ କାର୍ଯ୍ୟ କରାଯିବ । ସେବାୟତ ଓ ଶ୍ରୀମନ୍ଦିର କର୍ମଚାରୀମାନଙ୍କ ପାଇଁ ଭିନ୍ନ ଭିନ୍ନ ଡ୍ରେସ୍ କୋଡ୍ କରିବାକୁ ନିଷ୍ପତ୍ତି ହୋଇଛି । କେଉଁ ଭଳି ଡ୍ରେସ୍ କୋଡ୍ ଲାଗୁ ହେବ ସେ ନେଇ ବିଚାର ବିମର୍ଶ କରାଯାଉଛି । ସେବାୟତଙ୍କ ସ୍ବାସ୍ଥ୍ୟ ସେବା ପାଇଁ ଏକ ଘରୋଇ ହସ୍ପିଟାଲ ସହିତ ବୁଝାମଣା କରାଯିବାକୁ ନିଷ୍ପତ୍ତି ହୋଇଛି । ଅନୁଷ୍ଠିତ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଗଜପତି ଦିବ୍ୟସିଂହ ଦେବ ଅଧ୍ୟକ୍ଷତା କରିଥିବାବେଳେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରୀଷନ କୁମାର, ଜିଲ୍ଲାପାଳ ସମର୍ଥ ବର୍ମା, ଏସପି କନୱର ବିଶାଳ ସିଂଙ୍କ ସହ ପରିଚାଳନା କମିଟିର ସଦସ୍ୟମାନେ ଉପସ୍ଥିତ ଥିଲେ ।






More Stories
ଭୁବନେଶ୍ୱର ଗଣବଳାତ୍କାର:ଝିଅମାନେ ରାତି ୮ଟା ପରେ…..
ବଢ଼ିବ ଜମି ମୂଲ୍ୟ…..
ବିଶ୍ଵସନୀୟତା ହରାଉଛି ସରକାର….