ରିପୋର୍ଟ କାର୍ଡ / ଭୁବନେଶ୍ୱର
ମାର୍ଚ୍ଚ ୨୫ ତାରିଖରୁ ଆରମ୍ଭ ହେବ ବିଧାନସଭାର ବଜେଟ ଅଧିବେଶନ । ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ । ୩୦ ତାରିଖରେ ଆଗତ ହେବ ରାଜ୍ୟ ବଜେଟ । ଏନେଇ ଆଜି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ସୂଚନା ଦେଇଛନ୍ତି । କହିଛନ୍ତି, ଆସନ୍ତା ୨୫ ତାରିଖରୁ ଆରମ୍ଭ ହେବାକୁ ଥିବା ବଜେଟ ଅଧିବେଶନ ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ୭ ଦିନ ମଧ୍ୟରେ ଗୋଟିଏ ଦିନ ଛୁଟି ରହିବ । ଅନ୍ୟ ୬ ଦିନ କାର୍ଯ୍ୟଦିବସ ରହିବ । ଆସନ୍ତା ୨୫ ତାରିଖରେ ରାଜ୍ୟପାଳ ଅଭିଭାଷଣ ଦେବେ, ଧନ୍ୟବାଦ ପ୍ରସ୍ତାବ ଆଗତ ହେବ । ୨୬ରେ ରାଜ୍ୟପାଳଙ୍କ ଭାଷଣ ଉପରେ ଆଲୋଚନା ହେବ । ୨୭ ତାରିଖରେ ନୋ-ମିଟିଙ୍ଗ ଡେ। ୨୮ରେ ରାଜ୍ୟପାଳଙ୍କ ଧନ୍ୟବାଦ ପ୍ରସ୍ତାବ ଆଲୋଚନା ହେବ । ୨୯ରେ ସରକାରୀ କାର୍ଯ୍ୟ ଦିବସ । ୩୦ରେ ଅର୍ଥ ମନ୍ତ୍ରୀ ବଜେଟ ଆଗତ କରିବେ। ସେହିଦିନ ଭୋଟ ଅନ୍ ଆକାଉଣ୍ଟ ମୋସନ ଆଗତ ହେବ । ୩୧ରେ ବଜେଟ ସେସନ ଶେଷ ହେବ ବୋଲି କହିଛନ୍ତି ବାଚସ୍ପତି। ବଜେଟ ଅଧିବେଶନ ସମୟରେ ରାଜ୍ୟ ସରକାରଙ୍କ କୋଭିଡ ଗାଇଡଲାଇନ୍ ଅନୁଯାୟୀ ଗୃହ ପରିଚାଳନା କରାଯିବ ବୋଲି କହିଛନ୍ତି ବାଚସ୍ପତି।






More Stories
କଟକରେ ଗାଡି ଜଳିବା ଘଟଣା :ନିଆଁ ଲଗାଇଥିଲେ ମହିଳା…..
ଦୁବେଙ୍କ ବୟାନକୁ ନେଇ ରାଜ୍ୟ ରାଜନୀତି ସରଗରମ…..
ଓଏଏସ୍ ସ୍ତରରେ ଅଦଳବଦଳ…..