ରିପୋର୍ଟ କାର୍ଡ / ଭୁବନେଶ୍ୱର
ମାର୍ଚ୍ଚ ୨୫ ତାରିଖରୁ ଆରମ୍ଭ ହେବ ବିଧାନସଭାର ବଜେଟ ଅଧିବେଶନ । ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ । ୩୦ ତାରିଖରେ ଆଗତ ହେବ ରାଜ୍ୟ ବଜେଟ । ଏନେଇ ଆଜି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ସୂଚନା ଦେଇଛନ୍ତି । କହିଛନ୍ତି, ଆସନ୍ତା ୨୫ ତାରିଖରୁ ଆରମ୍ଭ ହେବାକୁ ଥିବା ବଜେଟ ଅଧିବେଶନ ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ୭ ଦିନ ମଧ୍ୟରେ ଗୋଟିଏ ଦିନ ଛୁଟି ରହିବ । ଅନ୍ୟ ୬ ଦିନ କାର୍ଯ୍ୟଦିବସ ରହିବ । ଆସନ୍ତା ୨୫ ତାରିଖରେ ରାଜ୍ୟପାଳ ଅଭିଭାଷଣ ଦେବେ, ଧନ୍ୟବାଦ ପ୍ରସ୍ତାବ ଆଗତ ହେବ । ୨୬ରେ ରାଜ୍ୟପାଳଙ୍କ ଭାଷଣ ଉପରେ ଆଲୋଚନା ହେବ । ୨୭ ତାରିଖରେ ନୋ-ମିଟିଙ୍ଗ ଡେ। ୨୮ରେ ରାଜ୍ୟପାଳଙ୍କ ଧନ୍ୟବାଦ ପ୍ରସ୍ତାବ ଆଲୋଚନା ହେବ । ୨୯ରେ ସରକାରୀ କାର୍ଯ୍ୟ ଦିବସ । ୩୦ରେ ଅର୍ଥ ମନ୍ତ୍ରୀ ବଜେଟ ଆଗତ କରିବେ। ସେହିଦିନ ଭୋଟ ଅନ୍ ଆକାଉଣ୍ଟ ମୋସନ ଆଗତ ହେବ । ୩୧ରେ ବଜେଟ ସେସନ ଶେଷ ହେବ ବୋଲି କହିଛନ୍ତି ବାଚସ୍ପତି। ବଜେଟ ଅଧିବେଶନ ସମୟରେ ରାଜ୍ୟ ସରକାରଙ୍କ କୋଭିଡ ଗାଇଡଲାଇନ୍ ଅନୁଯାୟୀ ଗୃହ ପରିଚାଳନା କରାଯିବ ବୋଲି କହିଛନ୍ତି ବାଚସ୍ପତି।
More Stories
ଇସ୍ରାଏଲ ଆକ୍ରମଣରେ ହିଜବୁଲ୍ଲା କମାଣ୍ଡର ଅଲି ଜାମୋଲ ନିପାତ…..
ନିଜକୁ ସାମ୍ବାଦିକା କହି ଭାରତର ରୁ ତଥ୍ୟ ସଂଗ୍ରହ କରୁଥିଲେ…..
କୁବେର ମୁଖ୍ୟଯନ୍ତ୍ରୀ ଗିରଫ…..