Report Card Odisha

| Daily Odia News

ଆମେରିକାରେ ୧୨ ମହଲା କୋଠା ଭୁଶୁଡି,୫ ମୃତ, ୧୦୦ନିଖୋଜ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଆମେରିକାର ଫ୍ଲୋରିଡାରେ ୧୨ ମହଲା କୋଠା ବିଲ୍ଡିଂ ଭୁଶୁଡି ୫ଜଣଙ୍କ ମୃତ୍ୟୁ ହେବା ସହ ୧୦୦ ଜଣ ନିଖୋଜ ହୋଇଛନ୍ତି । ୫ ଜଣଙ୍କ ମୃତଦେହ ମାଟିତଳୁ ଉଦ୍ଧାର ହୋଇଛି । ବର୍ତ୍ତମାନ ସେଠାରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ତେବେ କେମିତି କେଉଁ ପରିସ୍ଥିତିରେ ଏପରି ଘଟଣା ଘଟିଲା ତାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ଗଣମାଧ୍ୟମରୁ ଆସିଥିବା ଫ୍ଲୋରିଡାର ମିଆମି ସାଗର ନିକଟରେ ହଠାତ୍ ଏକ କୋଠା ଭୁଶୁଡି ପଡିଥିଲା । ଘଟଣାସ୍ଥଳରେ ରିଲିଫ ଓ ଉଦ୍ଧାର କାର୍ଯ୍ୟ ଚାଲିଛି । ଉଦ୍ଧାରକାରୀ ଦଳ ଅନେକ ଲୋକଙ୍କୁ ମାଟିତଳୁ କିଛି ଲୋକଙ୍କୁ ବାହାର କରିବାରେ ସଫଳ ହୋଇଛନ୍ତି । କିନ୍ତୁ ଏପର୍ଯ୍ୟନ୍ତ ୧୫୬ ଜଣ ଲୋକ ସେହି ମାଟିତଳେ ଫସିରହିଥିବା ଅନୁମାନ କରାଯାଉଛି । କୋଠା ଭୁଶୁଡ଼ିବା ପରେ ନିଆଁ ଅଳିଆ ଆବର୍ଜନା ଭିତରେ ବ୍ୟାପି ଯାଇ ଉଦ୍ଧାର କାର୍ଯ୍ୟ କଷ୍ଟକର ହୋଇପଡିଛି । ବିଲ୍ଡିଂ ଭୁଶୁଡିବା ପରେ ତୃତୀୟ ମହଲାରେ ଲାଗି ଯାଇଥିଲା ନିଆଁ । ମିଆମି-ଡେଡର ମେୟର କହିଛନ୍ତି ଯେ ନିଆଁ ବହୁତ ଶକ୍ତିଶାଳୀ ଥିବାରୁ ଅଗ୍ନିଶମ କର୍ମଚାରୀ ଉତ୍ସ ଖୋଜି ପାଇ ନାହାଁନ୍ତି । ଅଗ୍ନିକାଣ୍ଡ ଯୋଗୁଁ ଉଦ୍ଧାର କାର୍ଯ୍ୟରେ କଷ୍ଟସାଧ୍ୟ ହୋଇପଡ଼ିଛି ବୋଲି ସେ କହିଛନ୍ତି । ତେବେ ଏହି ଦୁର୍ଘଟଣା କିପରି ଘଟିଲା ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।

 

Breaking News