ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦକ୍ଷିଣ-ପଶ୍ଚିମ ଚୀନ୍ ଗୁଇଝୋଉ ପ୍ରାନ୍ତରେ ଏକ ହାଇସ୍ପିଡ ଟ୍ରେନ ଲାଇନଚ୍ୟୁତ ହୋଇଛି। ଦୁର୍ଘଟଣାରେ ଟ୍ରେନ ଡ୍ରାଇଭରଙ୍କ ସମେତ ୭ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା କୁହାଯାଇଛି। ଭୂ-ସ୍ଖଳନ ଯୋଗୁ ଟ୍ରେନ୍ ଲାଇନଚ୍ୟୁତ ହୋଇଥିବା ପ୍ରାଥମିକ ସୂଚନା ମିଳିଛି | ଦୁର୍ଘଟଣା ବେଳେ ଟ୍ରେନ ସର୍ବାଧିକ ଘଣ୍ଟାପ୍ରତି ୩୦୦ କିଲୋମିଟର ବେଗରେ ଗତି କରୁଥିଲା ବୋଲି କୁହାଯାଇଛି। ବୁଲେଟ୍ ଟ୍ରେନ ୨୮୦୯ ଗୁଇୟାଙ୍ଗ ପ୍ରାନ୍ତରୁ ଦକ୍ଷିଣ ପ୍ରାନ୍ତ ଗ୍ୱାଙ୍ଗଝାଉ ଯାଉଥିବା ବେଳେ ରୋଙ୍ଗଜିଆଙ୍ଗ ଷ୍ଟେସନରେ ଭୂ-ସ୍ଖଳନ ଯୋଗୁ ୨ଟି ବଗି ଧାରଣାରୁ ଛିଟିକି ଯାଇଥିଲେ। ଦୁର୍ଘଟଣାରେ ଟ୍ରେନର ଡ୍ରାଇଭର ପ୍ରାଣ ହରାଇଛନ୍ତି। ଦୁର୍ଘଟଣା ସ୍ଥାନୀୟ ସମୟ ସକାଳ ସାଢେ ୧୦ଟା ବେଳେ ହୋଇଛି। ଟ୍ରେନର ସପ୍ତମ ଓ ଅଷ୍ଟମ ବଗି ୟୁଏଝାଇ ଟନେଲ ପ୍ରବେଶ ଦ୍ୱାର ନିକଟରେ ଲାଇନରୁ ଛିଟକି ପଡିଛି। ଦୁର୍ଘଟଣା ପରେ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା। ଦୁର୍ଘଟଣା ବେଳେ ଟ୍ରେନରେ ଯାତ୍ରା କରୁଥିବା ଯାତ୍ରୀଙ୍କ ମଧ୍ୟରୁ ୧୩୬ ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିବା ବେଳେ ଆହତ ଯାତ୍ରୀଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ ରୋଙ୍ଗଜିଆଙ୍ଗ ଷ୍ଟେସନ ଗୁଇଝୋଉର ରୋଙ୍ଗଜିଆଙ୍ଗ କାଉଣ୍ଟିରେ ରହିଛି। ଚୀନ୍ ରେଲୱେର ଚେଙ୍ଗଡୁ ବ୍ୟୁରୋ ଦ୍ୱାରା ପରିଚାଳିତ ହେଉଛି। ଡିସେମ୍ବର ୨୦୧୩ରେ ଏହି ଷ୍ଟେସନର ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇଥିବା ବେଳେ ୨୬ ଡିସେମ୍ବର ୨୦୧୪ରେ ଷ୍ଟେସନ ଦେଇ ରେଳ ଚଳାଚଳ ଆରମ୍ଭ ହୋଇଥିଲା।






More Stories
ଶରିଫ ଉସମାନଙ୍କ ହତ୍ୟା ପଛରେ ୟୁନୁସଙ୍କ ହାତ ଅଭିଯୋଗ……
ବଳାତ୍କାରୀଙ୍କୁ ଜାମିନ,ପୀଡ଼ିତାଙ୍କ ସହ ଅପରାଧୀ ଭଳି ବ୍ୟବହାର…..
ସାନ୍ତାଳୀ ଭାଷାରେ ସମ୍ବିଧାନ ପ୍ରକାଶ…..