Report Card Odisha

| Daily Odia News

ଚନ୍ଦ୍ରରେ ଚାଲିବ ବୁଲେଟ୍ ଟ୍ରେନ୍…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଆଗାମୀ ସମୟରେ ଚନ୍ଦ୍ରରେ ବୁଲେଟ୍ ଟ୍ରେନ୍ ଚଳାଇବା ପାଇଁ ଯୋଜନା ଆରମ୍ଭ ହୋଇ ଗଲାଣି। ଏହା ସହିତ ମହାକାଶରେ ହାଇପରସୋନିକ୍ ଜେଟ୍ ମଧ୍ୟ ଚାଲିବ। ଜାପାନ ଏବଂ ଚୀନ୍ ଏଭଳି ଯୋଜନା ପ୍ରସ୍ତୁତ କରିଛନ୍ତି। ଏହାର ଭିଡ଼ିଓ ମଧ୍ୟ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଜାପାନର କ୍ୟୁଟୋ ବିଶ୍ବବିଦ୍ୟାଳୟର ଗବେଷକମାନେ ୨୦୨୨ରେ ଘୋଷଣା କରିଥିଲେ କାଜିମା କନଷ୍ଟ୍ରକସନ ସହିତ ମିଳିତ ଭାବେ ଚନ୍ଦ୍ର ଏବଂ ମଙ୍ଗଳକୁ ଯୋଡୁଥିବା ଇଣ୍ଟରପ୍ଲାନେଟାରୀ ଟ୍ରେନ୍ ଏବଂ ଏକ ଆର୍ଟିଫିସିଆଲ ସ୍ପେସ୍ ହାବିଟାଟ୍ ଅର୍ଥାତ୍ ବସତି ସ୍ଥାପନ କରାଯିବ। ଏବେ ଗବେଷକ ‘ଗ୍ଲାସ୍’ ନାମକ ଏକ ଲିଭିଂ ହାବିଟେଟ୍ ସ୍ଥାପନ ପାଇଁ ନିଜର ଯୋଜନା ସମ୍ପର୍କରେ ସୂଚନା ପ୍ରଦାନ କରିଛନ୍ତି। ଏହା ଉଦ୍ଦେଶ୍ୟ ହ୍ୟୁମ୍ୟାନ୍ ମସକ୍ୟୁଲୋସ୍କେଟଲ ସିଷ୍ଟମ୍ ର କମ୍ ଗୁରୁତ୍ବାକର୍ଷଣ ଏବଂ ଶୂନ୍ୟ ଗୁରୁତ୍ବାକର୍ଷଣ ସେଟିଙ୍ଗସ୍ ରେ ହେଉଥିବା ଦୁର୍ବଳତାକୁ ରୋକା ଯାଇପାରିବ।ଗ୍ଲାସ୍ ଏକ କୃତ୍ରିମ ଗୁରୁତ୍ବାକର୍ଷଣ ଏବଂ ପୃଥିବୀ ଭଳି ସ୍ଥିତି ସୃଷ୍ଟି କରୁଥିବା ପରିବେଶ। ଏହା ଏକ ବଡ଼ କୋଠାଭଳି। ଏଠାରେ ମନୁଷ୍ୟର ରହିବା ଭଳି ନଦୀ, ଜଳ, ଏବଂ ପାର୍କ ଆଦି ସୁବିଧା ରହିଛି। ଏହା ଦେଖିବାକୁ ଓଲଟା କୋନ୍ ଭଳି। ୨୦୫୦ ସୁଦ୍ଧା ୧୩୦୦ ଫୁଟ ଉଚ୍ଚ ଏବଂ ୩୨୮ ଫୁଟ ‌ବ୍ୟାସ ବିଶିଷ୍ଟ ଏକକୋନିକାଲ କୋଠା ନିର୍ମାଣ କରିବାର ଯୋଜନା କରିଛନ୍ତି। ତେବେ ସମ୍ପୂର୍ଣ୍ଣ କୋନିକାଲ କୋଠା ନିର୍ମାଣ ପାଇଁ ଶହେ ବର୍ଷ ସମୟ ଲାଗିପାରେ ବୋଲି ଅନୁମାନ କରାଯାଉଛି |

Breaking News