ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ସରକାର ମନ୍ତ୍ରୀମାନଙ୍କ ଇଚ୍ଛାନୁସାରେ କାର୍ଯ୍ୟ କରୁଥିବାରୁ ସେମାନେ ଯାହା କହିବେ ଅଫିସର୍ମାନେ ଅବିଳମ୍ବେ ତାହା କାର୍ଯ୍ୟକାରୀ କରିବା ଉଚିତ ବୋଲି କେନ୍ଦ୍ରମନ୍ତ୍ରୀ ନିତିନ ଗଡ଼କରୀ କହିଛନ୍ତି | ନାଗପୁରରେ ଥିବା ସରକାରୀ ‘ମହାରାଷ୍ଟ୍ର ୟୁନିଭର୍ସିଟି ଅଫ୍ ହେଲ୍ଥ୍ ସାଇନ୍ସେସ୍’ରେ ଅୟୋଜିତ ଏକ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ ଗଡ଼କରୀ କହିଛନ୍ତି, ‘ମନ୍ତ୍ରୀମାନଙ୍କୁ ଆଇନ୍ ଭାଙ୍ଗିବା ଅଧିକାର ଅଛି। ସେମାନେ ଆଇନ ଭାଙ୍ଗିପାରିବେ। ଅଫିସର୍ମାନେ କେବଳ ହଁ ଆଜ୍ଞା ତଥା ‘ୟେସ୍ ସାର୍’ କହିବା ଉଚିତ। ଆମେ ଯାହା କହିବୁ ଅଫିସର୍ମାନେ ତାହା ଲାଗୁ କରାଇବେ। ସରକାର ଆମ ଇଚ୍ଛା ଅନୁସାରେ ଚାଲିବ।’ ନାଗପୁର ଠାରେ ମାହାରାଷ୍ଟ୍ର ୟୁନିର୍ଭସିଟିର ହେଲ୍ଥ ସାଇନ୍ସ କାର୍ଯ୍ୟକ୍ରମରେ ଯୋଗ ଦେଇ ନୀତିନ ଗଡକରୀ ଏଭଳି କିଛି ବୟାନ ଦେଇଛନ୍ତି। ଗଡ଼କରୀ ମହାତ୍ମା ଗାନ୍ଧୀଙ୍କ କଥାରୁ ମଧ୍ୟ ଉଦ୍ଧୃତି କରି କହିଲେ ଯେ, କୌଣସି ଆଇନ ଦରିଦ୍ର କଲ୍ୟାଣ ପଥରେ ଅନ୍ତରାୟ ସୃଷ୍ଟି କରିବ ନାହିଁ। ତାଙ୍କ ଭାଷାରେ, ଗରିବମାନଙ୍କ କଲ୍ୟାଣ କ୍ଷେତ୍ରରେ କୌଣସି ଆଇନ ପ୍ରତିବନ୍ଧକ ସାଜିବ ନାହିଁ। ଅନ୍ତରାୟ ସୃଷ୍ଟି କରୁଥିବା ଆଇନକୁ ଭାଙ୍ଗିବା କିଂବା ପରିବର୍ତ୍ତନ କରିବା ସରକାରଙ୍କ ଅଧିକାରଭୁକ୍ତ, ଏକଥା ମହାତ୍ମା ଗାନ୍ଧୀ ହିଁ କହିଥିଲେ। ଗୋଟାଏ ଦୃଷ୍ଟାନ୍ତ ଦେଇ କେନ୍ଦ୍ରମନ୍ତ୍ରୀ ଗଡ଼କରୀ କହିଲେ ଯେ, ଗାଡ୍ରିଚୋଲି ଏବଂ ମେଲଘାଟ ଗାଁରେ ରାସ୍ତା ନ ଥିବାରୁ ୧୯୯୫ରେ ହଜାର ହଜାର ଜନଜାତି ପିଲା ଅପପୁଷ୍ଟି ଯୋଗୁଁ ମୃତ୍ୟୁବରଣ କଲେ। ରାସ୍ତା ନିର୍ମାଣ ଦିଗରେ ପ୍ରତିବନ୍ଧକ ସାଜିଥିଲା ଅରଣ୍ୟ ଆଇନ। ସେତେବେଳେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଥିଲେ ମନୋହର ଯୋଶୀ। ଏ ସମସ୍ୟାର ସମାଧାନ କରିବାକୁ ଯାଇ ମୁଁ କହିଥିଲି ଯେ, ସରକାର ଅଫିସରମାନଙ୍କ କଥାରେ ନୁହେଁ, ମନ୍ତ୍ରୀମାନଙ୍କ ଇଚ୍ଛାରେ ଚାଲେ। ଯଦି ଗରିବ କଲ୍ୟାଣ ଦିଗରେ କୌଣସି ଆଇନ ପ୍ରତିବନ୍ଧକ ସାଜେ, ତାହାକୁ ମାତ୍ର ୧୦ ମିନିଟ୍ରେ ଭାଙ୍ଗି ଦିଆଯାଇ ପାରିବ।






More Stories
EV କିଣୁଥିବା ଗ୍ରାହକ ଖୁସି!…..
ଏପ୍ରିଲରୁ ନୂଆ ଆୟକର ନିୟମ…..
ଦେଶରେ ସଂସ୍କାର ଏକ୍ସପ୍ରେସ୍ ଆରମ୍ଭ…..