ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପୋଲରେ ବାଡେଇ ହୋଇ ଓଲଟି ପଡିଲା ତୀର୍ଥ ଯାତ୍ରୀଙ୍କ ବସ୍। ନଆଁ ଲାଗି ଜୀବନ୍ତ ଜଳିଗଲେ ୨୦ ତୀର୍ଥଯାତ୍ରୀ। ଏଭଳି ଏକ ଭୟଙ୍କର ଦୁର୍ଘଟଣା ଘଟିଛି ସାଉଦି ଆରବର ଦକ୍ଷିଣ-ପଶ୍ଚିମ ଅଞ୍ଚଳରେ। ପିଟିଆଇର ସୂଚନା ମୁତାବକ, ଆଜି ସକାଳୁ ଏହି ଦୁର୍ଘଟଣା ଘଟିଛି। ଏଥିରେ ଅତି କମ୍ରେ ୨୯ ଜଣ ଆହତ ହୋଇଛନ୍ତି। ୟେମେନ ସୀମାରେ ଥିବା ଦକ୍ଷିଣ-ପଶ୍ଚିମ ଦିଗରେ ଆସିର ପ୍ରଦେଶ ଦେଇ ତୀର୍ଥଯାତ୍ରୀ ବସ୍ଟି ଯାଉଥିବା ବେଳେ ବ୍ରେକ୍ ଫେଲ୍ ହେବା ଯୋଗୁ ଏହି ଦୁର୍ଘଟଣା ଘଟିଛି। ବସ୍ଟି ପ୍ରଥମେ ଏକ ପୋଲକୁ ବାଡେଇ ହୋଇ ରାସ୍ତା କଡକୁ ଓଲଟି ପଡିଥିଲା। ଏହାପରେ ଏଥିରେ ନିଆଁ ଲାଗିଯାଇଥିଲା। ନିଆଁ ଲାଗିବା ଯୋଗୁଁ ଯାତ୍ରୀଙ୍କୁ ଉଦ୍ଧାର କରିବା ମୁସକିଲ୍ ହୋଇଥିଲା। ଫଳରେ ୨୦ ଯାତ୍ରୀ ଜୀବନ୍ତ ଜଳି ଯାଇଥିବା କୁହାଯାଉଛି। ଏଥିସହ ୨୯ ଆହତଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ଗୁରୁତର ରହିଛି। ଉଦ୍ଧାରକାରୀ ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରିଛି। ଦମକଳବାହିନୀ ମଧ୍ୟ ବସ୍ରେ ଲାଗିଥିବା ନିଆଁକୁ ଆୟତ୍ତ କରିଛି। ତେବେ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ବିଷୟରେ ବର୍ତ୍ତମାନ ସୁଦ୍ଧା କୌଣସି ସୂଚନା ମିଳିନାହିଁ। ବସ୍ରେ ଥିବା ସମସ୍ତ ଯାତ୍ରୀ ଉମ୍ରା କରିବାକୁ ଯାଉଥିଲେ। ସ୍ଥାନୀୟ ଲୋକଙ୍କ ସହ ବସ୍ରେ ବହୁ ବିଦେଶୀ ଯାତ୍ରୀ ମଧ୍ୟ ଥିଲେ। ତେବେ ବସ୍ ଭିତରେ କେଉଁ କେଉଁ ଦେଶର ଯାତ୍ରୀ ଥିଲେ ସେ ନେଇ କିଛି ସୂଚନା ମିଳିନାହିଁ।






More Stories
ପ୍ରତିଷ୍ଠା ଦିବସରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ,ଗୃହମନ୍ତ୍ରୀ, ମୁଖ୍ୟମନ୍ତ୍ରୀ….
ଇରାନର ଗୁପ୍ତଚର ମୁଖ୍ୟ ନିହତ…..
ମଙ୍ଗଳବାର ଇରାନ୍ ପାଇଁ ଶେଷ ଦିନ !…..