ରିପୋର୍ଟ କାର୍ଡ / ଭୁବନେଶ୍ୱର
ହୁହୁ ହୋଇ ତୈଳଦର ବୃଦ୍ଧି ପାଉଛି | ସରକାର ଖୁବଶୀଘ୍ର ବସ ଭଡା ବୃଦ୍ଧି କରିବା ଜରୁରୀ ବୋଲି ବୁଧବାର ରାଜଧାନୀ ବସ୍ ମାଲିକ ସଂଘ ସମ୍ପାଦକ କହିଛନ୍ତି । ଏସି ବସ୍ରେ କିଲୋମିଟର ପିଛା ୮ ପଇସା, ଏକ୍ସପ୍ରେସ ବସ୍ରେ କିଲୋମିଟର ପିଛା ୬ ପଇସା ଓ ସାଧାରଣ ବସ୍ରେ କିଲୋମିଟର ପିଛା ୩ ପଇସା ଲେଖାଏ ଭଡା ବୃଦ୍ଧି ପାଇବା ନେଇ ସମ୍ଭାବନା ରହିଛି । ଗତବର୍ଷ ନଭେମ୍ବର ମାସରେ ଟିକସ ଛାଡ଼ ପରେ ଉଭୟ ଡିଜେଲ ଓ ପେଟ୍ରୋଲ ଦର ହ୍ରାସ ପାଇବା ସହ ବସ ଭଡା କମିଥିଲା । କିନ୍ତୁ ବର୍ତ୍ତମାନ ନିୟମିତ ଭାବରେ ପେଟ୍ରୋଲ ଓ ଡିଜେଲ ଏକ ସପ୍ତାହ ମଧ୍ୟରେ ୭ ଟଙ୍କା ବୃଦ୍ଧି ପାଇଛି। ତେବେ ତୈଳ ଦର ୭ ଟଙ୍କା ବୃଦ୍ଧି ପାଇଥିଲେ ମଧ୍ୟ ଯାତ୍ରୀଭଡ଼ା ବୃଦ୍ଧି ପାଇନାହିଁ । ଯାହା ଅଟୋମେଟିକ ମେକାନିଜିମ ଅନୁସାରେ ପ୍ରତି ଦୁଇ ଟଙ୍କାରେ କିଲୋମିଟର ପିଛା ୧ ପଇସା ବସ ଭଡା ବୃଦ୍ଧି ପାଇବା କଥା । ତେବେ ବର୍ତ୍ତମାନ ସ୍ଥିତିକୁ ଦେଖି ଅନୁମାନ କରାଯାଉଛି ଯେ ପେଟ୍ରୋଲ ଓ ଡିଜେଲ ୧୨୦ ଟଙ୍କା ଛୁଇଁବ । ତେଣୁ ବସ୍ ଭଡ଼ା ବଢ଼ାଇବା ଜରୁରୀ ବୋଲି ବସ ମାଲିକ ସଂଘ ସମ୍ପାଦକ କହିଛନ୍ତି।
More Stories
ଓଡ଼ିଶାରେ ପୁରୀ ସମେତ ଏସବୁ ସ୍ଥାନକୁୁ ସର୍ତକ ସୂଚନା…..
ବଢିଲା ପାରାଦୀପ ବନ୍ଦର ସୁରକ୍ଷା….
ଚାନ୍ଦିପୁରରେ ବସିବ ସୁରକ୍ଷା ବୈଠକ……