Report Card Odisha

| Daily Odia News

ସରକାରୀ ଚାକିରିଆଙ୍କ ର ବଢ଼ିଲା DA ଓ DR…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ସରକାରୀ ଚାକିରିଆଙ୍କ ପାଇଁ ଖୁସି ଖବର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି କ୍ୟାବିନେଟ୍‍ ବୈଠକରେ କେନ୍ଦ୍ର କର୍ମଚାରୀଙ୍କ ପାଇଁ ଉପହାର ଦେଇଛନ୍ତି। କ୍ୟାବିନେଟ୍‍ ବୈଠକରେ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା (ଡିଏ)ଓ ପେନସନ ଉପଭୋଗୀଙ୍କ ପାଇଁ ମଧ୍ୟ ମହାଙ୍ଗା ସହାୟତା (ଡିଆର) ୩ ପ୍ରତିଶତ ବୃଦ୍ଧି କରାଯାଇଛି। ଏନେଇ କେନ୍ଦ୍ରୀୟ ମନ୍ତ୍ରୀମଣ୍ଡଳରେ ଚୂଡାନ୍ତ ନିଷ୍ପତ୍ତି ନିଆଯାଇଛି । ଯାହାର ଲାଭ କେନ୍ଦ୍ରୀୟ କର୍ମଚାରୀମାନଙ୍କୁ ୧ ଜାନୁଆରୀ ୨୦୨୨ରୁ ମିଳିବ । ତେବେ ସୂଚନାଯୋଗ୍ୟ ଯେ, ପୂର୍ବରୁ କେନ୍ଦ୍ରୀୟ କର୍ମଚାରୀମାନଙ୍କୁ ମହଙ୍ଗା ଭତ୍ତା ବାବଦରେ ୩୧ ପ୍ରତିଶତ ମିଳୁଥିଲା । ଏବେ ଏହାକୁ ୩୪ ପ୍ରତିଶତକୁ ବଢାଇ ଦିଆଯାଇଛି । ପୂର୍ବରୁ ୩୧ ପ୍ରତିଶତ ଭତ୍ତା ପ୍ରଦାନ କରାଯାଉଥିଲା। ମହଙ୍ଗାଭତ୍ତା ବୃଦ୍ଧି ଫଳରେ ୪୭.୬୮ ଲକ୍ଷ କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ୬୮.୬୨ ଲକ୍ଷ ପେନସନଭୋଗୀ ଉପକୃତ ହେବେ ବୋଲି ସୂଚନା ମିଳିଛି ।

Breaking News