Report Card Odisha

| Daily Odia News

ବସ୍‌କୁ ଧକ୍କା ଦେଲା ଟ୍ରକ,୫ ମୃତ,୩ ଗୁରୁତର…..

 ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ବସ୍‌କୁ ପଛପଟୁ ଜୋର  ଧକ୍କା ଦେଲା ଟ୍ରକ । ଦୁର୍ଘଟଣାରେ ୫ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ଜଣ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଉତ୍ତରପ୍ରଦେଶ ଆଗ୍ରା-ଲକ୍ଷ୍ମୌ ଏକ୍ସପ୍ରେସ୍‌ରେ ଘଟିଛି ଦୁର୍ଘଟଣା। ମିଳିଥିବା ସୂଚନା ଅନୁସାରେ- ମଙ୍ଗଳବାର ଦିନ ସକାଳ ସମୟରେ ଆଗ୍ରା-ଲକ୍ଷ୍ମୌ ଏକ୍ସପ୍ରେସ୍‌ର ରାସ୍ତାକଡ଼ରେ ଛିଡ଼ା ହୋଇଥିବା ବସ୍‌ କୁ ପଛପଟୁ ଆସୁଥିବା ଏକ ଟ୍ରକ ବସ୍‌କୁ ଜୋରଦାର ଧକ୍କା ଦେଇଥିଲା । ଯାହାଫଳରେ କି ୫ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୩ଜଣ ଗୁରୁତର ହୋଇଥିଲେ । ଦୁର୍ଘଟଣା ସଂପର୍କରେ ଖବର ପାଇଁ ସ୍ଥାନୀୟ ପ୍ରଶାସନ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ । ଦୁର୍ଘଟଣା ସ୍ଥଳରୁ ମୃତାହତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲକୁ ପଠାଇଛନ୍ତି ଉଦ୍ଧାରକାରୀ ଦଳ । କିଛି ଗୁରୁତରଙ୍କ ଅବସ୍ଥା ସୁଧୁରୁଥିବା ସୂଚନା ରହିଛି । ତେବେ, ଦୁର୍ଘଟଣାଗ୍ରସ୍ଥ ବସ୍‌ଟି ଏକ ଟ୍ରାଭେଲ୍‌ ଏଜେନ୍ସିର ବୋଲି ସୂଚନା ମିଳିଛି । ଯାତ୍ରୀଙ୍କୁ ନେଇ ଆଗ୍ରାରୁ ଲକ୍ଷ୍ମୌ ଅଭିମୁଖେ ଯାଉଥିଲେ । କିନ୍ତୁ ଅଧାରାସ୍ତାରେ ଘଟିଲା ଦୁର୍ଘଟଣା । ଯାହାଫଳରେ ୫ଜଣ ଯାତ୍ରୀଙ୍କ ଜୀବନ ଚାଲିଯାଇଛି ।

Breaking News