ରିପୋର୍ଟ କାର୍ଡ / ଭୁବନେଶ୍ୱର
ରେଲୱେ ଟ୍ରାକ୍ ଉପରେ ମାଡ଼ିଗଲା ଯାତ୍ରୀବାହୀ ବସ୍। ବସ୍ ଧକ୍କାରେ ରେଲୱେ ଟ୍ରାକ୍ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଏକ ବଡ଼ ଧରଣର ଦୁର୍ଘଟଣା ଟଳି ଯାଇଛି। ଏପରି ଦୁର୍ଘଟଣା ଆଜି ସକାଳୁ ସମ୍ବଲପୁର ଜିଲ୍ଲା ଲକ୍ଷ୍ମୀ ଡୁଙ୍ଗୁରୁ ନିକଟରେ ଘଟିଛି। ଏହି ଦୁର୍ଘଟଣାରେ ବସ୍ ହେଲପର ସାମାନ୍ୟ ଆହତ ହୋଇଥିବା ବେଳେ ଯାତ୍ରୀମାନେ ସୁରକ୍ଷିତ ଥିବା ଜଣାଯାଇଛି। ଭୁବନେଶ୍ୱରରୁ ବରଗଡ଼ ଅଭିମୁଖେ ଯାଉଥିବା ନଡ଼ିଆରାଣୀ ବସ୍ ସକାଳୁ ଲକ୍ଷ୍ମୀ ଡୁଙ୍ଗୁରୁ ଜାତୀୟ ରାଜପଥ ଅତିକ୍ରମ କରୁଥିଲା। ଉକ୍ତ ସମୟରେ ବସ୍ରେ ୨୫ରୁ ୩୦ ଯାତ୍ରୀ ଥିବା ଜଣାଯାଇଛି। ମାତ୍ର ଲକ୍ଷ୍ମୀ ଡୁଙ୍ଗୁରୁ ଜାତୀୟ ରାଜପଥ ନିକଟରେ ଗାଡ଼ିଟିର ବ୍ରେକ୍ ଫେଲ ହେବାରୁ ଭାରସାମ୍ୟ ହରାଇ ତାହା ରାସ୍ତା ନିକଟରେ ଥିବା ଟ୍ରେନ୍ ଲାଇନ୍ ଉପରକୁ ମାଡ଼ି ଯାଇଥିଲା। ମାତ୍ର ଉକ୍ତ ସମୟରେ କୌଣସି ଟ୍ରେନ୍ ଆସୁ ନ ଥିବାରୁ ଏକ ବଡ଼ ଦୁର୍ଘଟଣା ଟଳି ଯାଇଛି।






More Stories
୩୦ ସୁଦ୍ଧା ଚୂଡ଼ାନ୍ତ ପଞ୍ଚାୟତ ନିର୍ବାଚନ ସଂରକ୍ଷଣ ତାଲିକା…..
ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ସାଂସଦ ଅପରାଜିତା…..
ଆଜି ରାଜ୍ୟ କ୍ୟାବିନେଟ ବୈଠକ….