ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଉତ୍ତରାଖଣ୍ଡର ନୈନିତାଲରେ ପାହାଡ ଭୁଶୁଡିଛି | ପାହାଡ ଉପରେ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ବସ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛି । ଉତ୍ତରାଖଣ୍ଡରେ ଗତକିଛି ଦିନ ହେଲା ବିଭିନ୍ନ ପାହାଡରେ ଲ୍ୟାଣ୍ଡସ୍ଲାଇଡ୍ ହେଉଥିବା ଦେଖିବାକୁ ମିଳୁଛି । ଏକ ଯାତ୍ରୀବାହୀ ବସ ଆଗରେ ହଠାତ୍ ପାହାଡ ଭୁଶୁଡି ପଡିଥିଲା । ଶୁକ୍ରବାର ଉତ୍ତରାଖଣ୍ଡର ନୈନିତାଲରେ ପାହାଡ ଉପରେ ଯାଉଥିବା ଏକ ଯାତ୍ରୀବାହୀ ବସ ଆଗରେ ହଠାତ୍ ପାହାଡ ଭୁଶୁଡି ପଡିଥିଲା । ଯାହାଫଳରେ ବସଟି ସେଠାରେ ଅଟକି ରହିଥିଲା । ଯାହାଫଳରେ ଏକ ବଡ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଥିଲେ ଯାତ୍ରୀ । ବସରେ ଥିବା କୌଣସି ଯାତ୍ରୀଙ୍କର କିଛି କ୍ଷତି ହୋଇନଥିବା ଜଣାପଡିଛି । ଉତ୍ତରାଖଣ୍ଡରେ ଲଗାତାର ଭାବେ ବର୍ଷା ହେଉଥିବାରୁ ବିଭିନ୍ନ ସ୍ଥାନରେ ଭୂସ୍ଖଳନ ହେଉଛି ।






More Stories
କର୍ଣ୍ଣାଟକର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର…..
ଘରୋଇ ଉଡ଼ାଣ ବନ୍ଦ କଲା ଏୟାର ଇଣ୍ଡିଆ….
ପୁରୀରୁ TMC ବିଧାୟକ ଗିରଫ…..