ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆଜିଠୁ ରାଜ୍ୟବ୍ୟାପୀ ବସ ଚଳାଚଳ କରିବ । ଓଡ଼ିଶା ବସ୍ ମାଲିକ ସଂଘ ପକ୍ଷରୁ ସରକାରଙ୍କୁ ଦେଇଥିବା ୭ ଦଫା ଦାବିକୁ ପୂରଣ ଲାଗି ସରକାର ପ୍ରତିଶ୍ରୁତି ଦେଇଛନ୍ତି | ଏହା ପରେ ଘରୋଇ ବସ୍ ମାଲିକ ସଂଘ ବସ ଗଡାଇବା ପାଇଁ ରାଜି ହୋଇଛନ୍ତି । ସରକାରଙ୍କ କୋଭିଡ ନିୟମ ଅନୁଯାୟୀ ବସ୍ ଚଳାଚଳ କରିବ। ପ୍ରତି ବସ୍ ରେ ଯେତିକି ସିଟ୍ ସେତିକି ଯାତ୍ରୀ ଯିବେ। ବିନା ମାସ୍କରେ କାହାକୁ ନିଆଯିବନି। ବସ୍ କୁ ପ୍ରତିଦିନ ବିଶୋଧନ କରାଯିବ। ୧୬ଟି ରୁଟ୍ ରେ ଚଳାଚଳ କରିବ ବସ୍ । ପ୍ରଥମ ପର୍ଯ୍ୟାୟରେ ୮୯ ଟି ବସ ଚାଳାଚଳ ପାଇଁ ନିସ୍ପତ୍ତି ନେଇଛି କ୍ରୁଟ୍ । ଶନିବାର ଦିନ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ ଅଧ୍ୟକ୍ଷତାରେ ବସିଥିଲା ବୈଠକ। ବସ୍ ମାଲିକ ସଂଘର ସମସ୍ତ ଦାବି ଉପରେ ଆଲୋଚନା ହେବା ପରେ ଏହାକୁ ଧୀରେ ଧୀରେ ପୂରଣ କରିବାକୁ ରାଜ୍ୟ ସରକାର ସମୟ ନେଇଛନ୍ତି। ଏହାପରେ ବସ୍ ମାଲିକ ସଂଘ ବସ୍ ଚଳାଇବାକୁ ରାଜି ହୋଇଛି। ସେହିପରି ବାହାର ରାଜ୍ୟକୁ ଗାଡ଼ି ଚଳାଚଳ କରିବାକୁ ଅନୁମତି ଦେବାକୁ ରାଜ୍ୟ ସରକାର ରାଜି ହୋଇଛନ୍ତି। ସେପଟେ ରାଜଧାନୀରେ ଆଜିଠୁ ପୁଣି ଆରମ୍ଭ ହେବ “ମୋ ବସ” ସେବା। ଦୁଇ ମାସ ପରେ ରାଜଧାନୀର ରାସ୍ତାରେ ଗଡ଼ିବ ବସ୍ । ପ୍ରଥମ ପର୍ଯ୍ୟାୟରେ ୮୯ ଟି ବସ୍ ଚାଲିବା ପାଇଁ ନିଷ୍ପତ୍ତି ହୋଇଛି । ସୂଚନା ଅନୁସରେ- ଶୁକ୍ରବାର ଘରୋଇ ବସ୍ ମାଲିକ ସଂଘର ୭ ଦଫା ଦାବି ନେଇ ସରକାରଙ୍କ ସହ ଆଲୋଚନା ହୋଇଥିଲା । ବସ୍ ମାଲିକ ସଂଘ ପକ୍ଷରୁ କରାଯାଇଥିବା ଦାବିକୁ ରାଜ୍ୟ ସରକାର ଗ୍ରହଣ କରିଛନ୍ତି । ଅଗଷ୍ଟ ଓ ସେମ୍ବେର ମାସର ଟିକସ ଛାଡ ପାଇଁ ବିଚାର ବିମର୍ଶ କରାଯିବ ବୋଲି ମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିବା କହିଥିଲେ ଘରୋଇ ବସ୍ ମାଲିକ ସଂଘ ସମ୍ପାଦକ ।
More Stories
ସମଲିଙ୍ଗୀ ବିବାହକୁ ନେଇ ବଡ଼ ରାୟ ଶୁଣାଇଲେ ସୁପ୍ରିମକୋର୍ଟ…..
ଏଜେଣ୍ଡା ନଥିଲେ ଇଣ୍ଡିଆ ମେଣ୍ଟ ଭାଙ୍ଗିଯିବା ଉଚିତ…..
ବ୍ରିଜ ତଳକୁ ଖସିଲା ବସ୍…..