ରିପୋର୍ଟ କାର୍ଡ / ପୁରୀ
ପୁରୀରେ ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଶାନ୍ତିଶୃଙ୍ଖଳାରେ ବାହୁଡ଼ା ଯାତ୍ରା ସାରିବା ପାଇଁ ପ୍ରଶାସନ ବ୍ୟାପକ ପ୍ରସ୍ତୁତି ଆରମ୍ଭ କରାଯାଇଛି । ରଥଯାତ୍ରା ସମୟରେ ବଡ଼ଦାଣ୍ଡରେ କୋଭିଡ କଟକଣା ଏବଂ କର୍ଫ୍ୟୁ ଆଇନ୍କୁ ଉଲ୍ଲଂଘନ ନେଇ ଅଭିଯୋଗ ହୋଇଥିଲେ | ତେଣୁ ବିନା ଭକ୍ତରେ ବାହୁଡ଼ା ଯାତ୍ରା ପାଇଁ ଆଜିଠାରୁ ପୁରୀ ସହରରେ ଲାଗିବ ୧୪୪ ଧାରା । ଆଜି ରାତି ୮ଟାରୁ ୨୧ ତାରିଖ ରାତି ୮ଟା ଯାଏ କର୍ଫ୍ୟୁ ବଳବତ୍ତର ରହିଛି । ବଡ଼ଦାଣ୍ଡରେ ଫ୍ଲାଗମାର୍ଚ୍ଚ ଓ ଶାନ୍ତିଶୃଙ୍ଖଳା ବଜାୟ ପାଇଁ ଗଠନ ହୋଇଛି ୨୦ଟି ପୋଲିସ ଟିମ୍ । ପୁରୀକୁ ସମସ୍ତ ପ୍ରବେଶ ପଥ ସିଲ୍ ହେବ । ବଡ଼ଦାଣ୍ଡକୁ ସଂଯୋଗ କରୁଥିବା ରାସ୍ତାକୁ ସିଲ୍ କରିବ ପୋଲିସ । ଆଜି ରାତି ୮ଟା ପରେ ବାହାର ଲୋକଙ୍କୁ ପୁରୀରେ ପ୍ରବେଶ ମନା । ନିୟମର ଉଲ୍ଲଂଘନ କରି ପୁରୀରେ କେହି ପ୍ରବେଶ ଉଦ୍ୟମ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ । ଗତକାଲି ପୁରୀରେ ଆଇନଶୃଙ୍ଖଳା ସ୍ଥିତିର ସମୀକ୍ଷା କରିଥିଲେ ଆଇନଶୃଙ୍ଖଳା ଏଡିଜି । ଉଲ୍ଲେଖ ଯୋଗ୍ୟ- ଗତ ୧୨ ତାରିଖ ଦିନ ଅନୁଷ୍ଠିତ ରଥଯାତ୍ରା ସମୟରେ ବଡ଼ଦାଣ୍ଡରେ କୋଭିଡ କଟକଣା ଏବଂ କର୍ଫ୍ୟୁ ଆଇନ୍କୁ ଉଲ୍ଲଂଘନ କରି କେତେକ ବଡ଼ଦାଣ୍ଡକୁ ଆସି ଆଇନଶୃଙ୍ଖଳା ପରିସ୍ଥିତି କୁ ଭଣ୍ଡୁର କରିଦେଇଥିଲେ। ଏଥିପାଇଁ ପ୍ରଶାସନକୁ ବଦନାମ ହେବାକୁ ପଡ଼ିଛି। କିନ୍ତୁ ଆସନ୍ତା ବାହୁଡ଼ାଯାତ୍ରାକୁ ଶୃଙ୍ଖଳାର ସହ ଆୟୋଜନ ପାଇଁ ପୋଲିସ ପ୍ରଶାସନ କଠୋର ହୋଇଛି । ଏନେଇ ରବିବାର ଏଡିଜି ଆର୍କେ ଶର୍ମା ପୁରୀରେ ବାହୁଡ଼ାଯାତ୍ରାରେ ପୋଲିସ ବ୍ୟବସ୍ଥାର ସମୀକ୍ଷା କରିଥିବା ବେଳେ ପୁରୀ ଏସ୍ପି ବଡ଼ଦାଣ୍ଡରେ ଅଧିକାରୀଙ୍କ ସହ ପ୍ଲାଗ୍ମାର୍ଚ୍ଚ କରିଛନ୍ତି। ଏଣିକି କର୍ଫ୍ୟୁ ସମୟରେ ବଡ଼ଦାଣ୍ଡକୁ ଯିଏ ଆସିବେ, ସିଏ ବନ୍ଧା ହେବେ ବୋଲି ଏସ୍ପି ବଡ଼ଦାଣ୍ଡରେ ଫ୍ଲାଗମାର୍ଚ୍ଚ କରିବା ସମୟରେ ରୋକ୍ଠୋକ୍ ଶୁଣାଇ ଦେଇଛନ୍ତି।






More Stories
୧୮ରୁ ଖୋଲିବ ସ୍କୁଲ୍….
ହୀରାକୁଦରେ ହେବ ବିଶ୍ବସ୍ତରୀୟ ଖଣି ସଂଗ୍ରହାଳୟ…..
ବିଜେପି ତାଲିକାରେ ଆପ୍ର ୭ ସାଂସଦ…..