ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆଜି ପୂର୍ବାହ୍ନ ୧୧ଟା ୩୦ ମିନିଟରେ ବସିବ ରାଜ୍ୟ କ୍ୟାବିନେଟ ବୈଠକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ ପ୍ରାୟ ୧୫ଟି ପ୍ରସ୍ତାବକୁ ଅନୁମୋଦନ ମିଳିପାରେ | ସୂଚନା ଅନୁଯାୟୀ ବୈଠକରେ କ୍ରୀଡ଼ା ଓ ଯୁବସେବା, ପଞ୍ଚାୟତିରାଜ, ଉଚ୍ଚଶିକ୍ଷା, ସାଧାରଣ ପ୍ରଶାସନ ବିଭାଗ, ସ୍ୱାସ୍ଥ୍ୟ, ଜଳସମ୍ପଦ, କୃଷି ଆଦି ବିଭାଗର କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ଅନୁମୋଦନ ମିଳିବ । ବିଶେଷ କରି ପାନୀୟଜଳ ପ୍ରକଳ୍ପ, କ୍ୟାଡର ରୁଲ୍ ସଂଶୋଧନ, ନଦୀବନ୍ଧ ଯୋଜନା ପ୍ରକଳ୍ପ ଭଳି ପ୍ରସ୍ତାବକୁ ଅନୁମୋଦନ ମିଳିବାର ସମ୍ଭାବନା ମଧ୍ୟ ରହିଛି ।






More Stories
ପ୍ରବଳ ବର୍ଷାର ସମ୍ଭାବନା…..
ଆଉ ଜଣେ IPS ଦେଲେ ଇସ୍ତଫା…..
କ୍ରାଇମ ବ୍ରାଞ୍ଚରେ ଏଫ୍ଆଇଆର୍ ହେବ:ମୁଖ୍ୟମନ୍ତ୍ରୀ…..