Report Card Odisha

| Daily Odia News

ଦେଶରେ ଲକ୍‌ଡାଉନ୍ ଲଗାଇବାକୁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ବ୍ୟବସାୟୀ ସଂଘ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଦେଶରେ କରୋନା ସଂକ୍ରମଣ ହୁହୁ ହୋଇ ବଢିଚାଲିଛି | ନୈନିକ କରୋନା ସଂଖ୍ୟା ୪ ଲକ୍ଷ ପାର ହେଉଛି | କରୋନା ଶୃଙ୍ଖଳ ଭାଙ୍ଗିବାକୁ କେତେକ ରାଜ୍ୟ ଲକ୍‌ଡାଉନ୍‌ ଲାଗୁ କରିଥିବା ବେଳେ ଦେଶରେ ମଧ୍ୟ ଲକ୍‌ଡାଉନ୍‌ର ଆବଶ୍ୟକତା ପଡ଼ୁଛି ବୋଲି ଅନେକ ଦାବି ହେଲାଣି । ଏବେ ପୁଣିଥରେ ଲକ୍‌ଡାଉନ୍‌ ନେଇ ପ୍ରଧାନମନ୍ତ୍ରୀକୁ ଅନୁରୋଧ କରିଛନ୍ତି କନଫେରଡେରେସନ୍ ଅଫ୍ ଅଲ୍ ଇଣ୍ଡିଆ ଟ୍ରେଡ୍ସ ବା କ୍ୟାଟ୍। ଦେଶରେ ପ୍ରତିଦିନ ୪ ଲକ୍ଷରୁ ଅଧିକ କରୋନା ପଜିଟିଭ୍ ଚିହ୍ନଟ ହେଉଛନ୍ତି। ଏଣୁ ଏମିତି ସମୟରେ କରୋନା ସଂକ୍ରମଣକୁ ଭାଙ୍ଗିବାକୁ ଲକ୍‌ଡାଉନ୍ ଲାଗୁ କରିବା ନିହାତ ଆବଶ୍ୟକ ବୋଲି ଭାରତୀୟ ବ୍ୟବସାୟୀ ସଂଘ କହିଛି। ତା ସହିତ ଦେଶରେ ଶିଶୁମାନଙ୍କ ଚିକିତ୍ସା ପାଇଁ ଏକ ବାଳକ ଚିକିତ୍ସା କାର୍ଯ୍ୟ ବଳ ଗଠନ କରିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି। ଯାହା ଫଳରେ ଶିଶୁମାନେ କରୋନା ଆକ୍ରାନ୍ତ ହେଲେ ସେମାନଙ୍କର ଉନ୍ନତ ଚିକିତ୍ସା କରାଯାଇ ପାରିବ ବୋଲି ସଂଘ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛି। ଏନେଇ ସଂଘର ରାଷ୍ଟ୍ରୀୟ ଅଧ୍ୟକ୍ଷ ବିସି, ଭରତିୟା ଓ ଜେନେରାଲ ସେକ୍ରେଟାରୀ ପ୍ରବୀଣ ଖଣ୍ଡେଲୱାଲ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି। ରାଜ୍ୟଗୁଡ଼ିକରେ ଲାଗାଯାଇଥବା ଲକ୍‌ଡାଉନ୍‌ ନେଇ ବ୍ୟବସାୟୀ ସଂଘ କହିଛି ଯେ ରାଜ୍ୟୁଗଡ଼ିକରେ ଖାଲି ଲକ୍‌ଡାଉନ୍ ଲଗାଇଦେଲେ ଚଳିବ ନାହିଁ। ଭଲ ଭାବରେ ଚେକିଂ ଚାଲୁ ନାହିଁ। ଏପଟେ ରୋଗୀ ସଂଖ୍ୟା ବଢୁଛି ଡାକ୍ତରଖାନାରେ ସିଟ୍ ସଂଖ୍ୟା କମୁଛି। ଅନ୍ୟପଟେ ଅକ୍ସିଜେନ୍‌ର ଅଭାବ ସ୍ଥିତି ଆହୁରି ଭୟଙ୍କର କରିଦେଇଛି। ତେଣୁ ସାରା ଦେଶରେ ଲକ୍‌ଡାଉନ୍ ଲାଗିବା ଦରକାର ବୋଲି ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖଛନ୍ତି ଏନେଇ ସଂଘର ରାଷ୍ଟ୍ରୀୟ ଅଧ୍ୟକ୍ଷ ବିସି, ଭରତିୟା ଓ ଜେନେରାଲ ସେକ୍ରେଟାରୀ ପ୍ରବୀଣ ଖଣ୍ଡେଲୱାଲ । ଏହାପୂର୍ବରୁ ମଧ୍ୟ ଏପ୍ରିଲ ୧୭ ତାରିଖରେ ଦେଶରେ ଲକ୍‌ଡାଉନ୍ ଲଗାଇବା ପାଇଁ ଭାରତୀୟ ବ୍ୟବସାୟୀ ସଂଘ ଅନୁରୋଧ କରିଥିଲା। ଦେଶରେ ଲକ୍‌ଡାଉନ୍ କରିବା ପାଇଁ ଲୋକଙ୍କ ମତ ନେବାକୁ ସଂଘ ଏକ ସର୍ଭେ ମଧ୍ୟ କରିଥିଲା। ଯେଉଁଥିରେ ୬୦ ପ୍ରତିଶତରୁ ଅଧିକ ଲୋକ ଦେଶରେ ଲକ୍‌ଡାଉନ୍ ଲାଗୁ କରିବା ସପକ୍ଷରେ ମତ ଦେଇଥିଲେ। ଏକଥାମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ଜଣାଇଥିଲା କ୍ୟାଟ୍।

Breaking News