Report Card Odisha

| Daily Odia News

ନିଜକୁ ସାମ୍ବାଦିକା କହି ଭାରତର ରୁ ତଥ୍ୟ ସଂଗ୍ରହ କରୁଥିଲେ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ନିଜକୁ ସାମ୍ବାଦିକା ପରିଚୟ ଦେଇ ASIଙ୍କଠାରୁ ପାକ୍‌ ମହିଳା ଅଧିକାରୀ ନେଇଗଲେ ସବୁ ଗୁପ୍ତ ତଥ୍ୟ। ତଥ୍ୟ ଦେଇ ବନ୍ଧାହେଲେ CRPF ASI।ଉକ୍ତ ମହିଳା ଜଣଙ୍କ ସାମ୍ବାଦିକାର ପରିଚୟ ଦେଇ ଯବାନଙ୍କଠାରୁ ବହୁ ସମ୍ବେଦନଶୀଳ ତଥ୍ୟ ସଂଗ୍ରହ କରୁଥିଲେ । ଯେଉଁଥିପାଇଁ ସେ ମାସିକ ୩୫୦୦ ଏବଂ ଅଧିକ ତଥ୍ୟ ବାବଦକୁ ୧୨ହଜାର ଲେଖାଏଁ ପ୍ରଦାନ କରୁଥିଲେ । ସୂଚନାଯୋଗ୍ୟ, ପହଲଗାମ ଆକ୍ରମଣ ପରେ ଭାରତର ସୁରକ୍ଷା ଏଜେନ୍ସି ଏବେ ପୁରା ତତ୍ପର। ଗୋଇନ୍ଦାଗିରି କରୁଥିବା ଲୋକଙ୍କ ଉପରେ ଏବେ ପୁରା ନଜର ରହିଛି। ଏହି କ୍ରମରେ କେନ୍ଦ୍ରୀୟ ରିଜର୍ଭ ସୁରକ୍ଷା ବଳ (CRPF) ଜଣେ ASIଙ୍କୁ NIA ଦିଲ୍ଲୀରୁ ଗିରଫ କରିଛି । ପାକିସ୍ତାନର ଜଣେ ଅଧିକାରୀ ନିଜକୁ ସାମ୍ବାଦିକା ବୋଲି ପରିଚୟ ଦେଇ ସମ୍ପୃକ୍ତ ASIଙ୍କ ସହ ସମ୍ପର୍କରେ ଥିବା ଜଣାପଡ଼ିଥିଲା । ଗିରଫ ASI ମୋତି ରାମ ଜାଟଙ୍କୁ ପହଲଗାମ ଆଟାକ ପୂର୍ବରୁ ଏପ୍ରିଲ ୨୨ ତାରିଖରେ ଦଲ୍ଲୀକୁ ବଦଳି କରାଯାଇଥିଲା। ସୂଚନାଯୋଗ୍ୟ, ଜାଟ ଜଣେ ମହିଳାଙ୍କ ସହ ଯୋଗାଯୋଗରେ ଥିଲେ । ଯିଏକି ନିଜକୁ ଚଣ୍ଡିଗଡର ଏକ ନାମୀ ବୈଦ୍ୟୁତିକ ଗଣମାଧ୍ୟମ ରିପୋର୍ଟର ପରିଚୟ ଦେଇଥିଲେ। ମହିଳା ଜଣଙ୍କ ମୋତି ରାମ ଜାଟଙ୍କୁ ମେସେଜ ଓ ଭିଡିଓ କଲ ମଧ୍ୟ କରିଥିଲେ । ଧୀରେ ଧୀରେ ମୋତି ରାମ ସେହି ମହିଳାଙ୍କୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମଧ୍ୟ ଶେୟାର କରିବାକୁ ଲାଗିଲେ । CRPF ବରିଷ୍ଠ ଅଧିକାରୀଙ୍କ କହିବା ଅନୁସାରେ, ମୋତିରାମ ତାଙ୍କ ଫୋନରୁ କୌଣସି ଚାଟ ଡିଲେଟ କରି ନାହାନ୍ତି । ସୁରକ୍ଷାକର୍ମୀ କେଉଁଠି କେତେ ନିୟୋଜିତ ହୋଇଛନ୍ତି ସେନେଇ ଗୁରୁତ୍ୱପୂର୍ଣ୍ଣ ପିଡିଏଫ ଶେୟାର କରିଥିବା ଚାଟ୍‌ରେ ଦେଖିବାକୁ ମିଳିଛି । ତେବେ ମୋତି ରାମ ଜାଟ କେବଳ ଏକା ନୁହନ୍ତି ପୂର୍ବରୁ ଜ୍ୟେତି ମାଲ୍‌ହୋତ୍ରା ଏବଂ ଜଣେ ସିଆର୍‌ପିଏଫ୍‌ ମଧ୍ୟ ପାକ୍‌ ସ୍ପାଏ ସାଜିଥିବା ଖବର ସାମ୍ନାକୁ ଆସିଥିଲା।

Breaking News