ରିପୋର୍ଟ କାର୍ଡ / ଭୁବନେଶ୍ୱର
କୁବେର ଗ୍ରାମ୍ୟ ଉନ୍ନୟନ ବିଭାଗର ମୁଖ୍ୟଯନ୍ତ୍ରୀ ବୈକୁଣ୍ଠ ଷଡଙ୍ଗୀ ଗିରଫ । ଶନିବାର ବୈକୁଣ୍ଠ ଷଡଙ୍ଗୀଙ୍କୁ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଗିରଫ କରିଛି । ଗତକାଲି ଯନ୍ତ୍ରୀଙ୍କ ଘରୁ ନଗଦ ୨.୫୬ କୋଟି ଟଙ୍କା ମିଳିଥିଲା । ତାଙ୍କର ୨ଟି ଅଟ୍ଟାଳିକା ସହ ୨ଫ୍ଲାଟ୍ ଓ ୭ ପ୍ଲଟ୍ ଅଛି । ଦେଢ କୋଟିର ବ୍ୟାଙ୍କ ଡିପୋଜିଟ୍, ୧ କେଜିରୁ ଅଧିକ ସୁନାଗହଣା ଜବତ ହୋଇଛି । ଏହାସହ ମ୍ୟୁଚୁଆଲ୍ ଫଣ୍ଡରେ ୨.୭ କୋଟି ଇନଭେଷ୍ଟ ଓ ୧୫ଟି ଦାମୀ ହାତ ଘଣ୍ଟା ମଧ୍ୟ ମିଳିଛି । ଭିଜିଲାନ୍ସ ଚଢାଉ ବେଳେ ଝଟକା ବାଟେ ବିଡା ବିଡା ଟଙ୍କା ଫିଙ୍ଗିଥିଲେ । ବୈକୁଣ୍ଠ ନାଥ ମେ ୩୧ ତାରିଖରେ ନିଜ ଚାକିରିରୁ ଅବସର ନେଇଥାନ୍ତେ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସକାଳୁ ଭିଜିଲାନ୍ସ ଟିମ୍ ଭୁବନେଶ୍ୱର ସ୍ଥିତ ବାସଭବନରେ ଚଢାଉ କରିଥିଲା। ଭୁବନେଶ୍ୱର, ପୁରୀ, ଅନୁଗୁଳର ୭ଟି ସ୍ଥାନରେ ଏକକାଳୀନ ଚଢାଉ କରିଥିଲା। ଅନୁଗୁଳର ୪ଟି ସ୍ଥାନ କାରଡାଗାଡିଆ ସ୍ଥିତ ବାସଭବନ, ଲକେଇପସି, ମଟିଆସାହି ଏବଂ ଶିକ୍ଷକପଡାରେ ଚଢାଉ କରିଥିଲା।






More Stories
ଝଡ଼ବର୍ଷା ସମ୍ଭାବନା !ୟେଲୋ ଓ୍ବାର୍ନିଂ ଜାରି…..
ଜଳବାୟୁ ପରିବର୍ତ୍ତନ ରୋକିବାକୁ ବୃକ୍ଷରୋପଣ ହିଁ ଏକମାତ୍ର ସମାଧାନ…..
ବିନା ଫିଟନେସ୍, ବୀମା, ପରମିଟ୍ରେ ଗାଡ଼ି ଚଳାଇଲେ ହେବ ଜବତ…..