ରିପୋର୍ଟ କାର୍ଡ / ଭୁବନେଶ୍ୱର
କ୍ୟାମେରା ମ୍ୟାନ୍ ମାନସ ହତ୍ୟାକାଣ୍ଡର ଧୀରେ ଧୀରେ ଖୋଲୁଛି ଗୁମର | ଆଜି ୱେବ ପୋର୍ଟାଲ ଚାନ୍ଦବାଲି ସାମ୍ବାଦିକ ଶରତ ପଣ୍ଡାଙ୍କୁ ପୋଲିସ ପଚରା ଉଚରା କରୁଛି । ଜଣାପଡିଛି ଯେ, ଘଟଣା ଦିନ ଅପହରଣ ସମୟରେ ପ୍ରତ୍ୟକ୍ଷଦର୍ଶୀ ଥିଲେ ଶରତ । ଏହାସହ ଶରତଙ୍କୁ ରାଜସାକ୍ଷୀ ଭାବେ ଗ୍ରହଣ କରିଛି ଚାନ୍ଦବାଲି ଥାନା ପୋଲିସ । ସୂଚନା ଥାଉକି, ଫଟୋଗ୍ରାଫରଙ୍କ ହତ୍ୟା ପଛରେ ଓ୍ୱେବ ପୋର୍ଟାଲ ମାଲିକାଣୀଙ୍କ ଭୂମିକା ଥିବା ସନ୍ଦେହ କରାଯାଉଛି । ପୋଲିସ ଏବେବି ଘଟଣାରେ ୩ଜଣଙ୍କୁ ଗିରଫ କରିଛି । ଖବର ଅନୁଯାୟୀ, ୱେବ ପୋର୍ଟାଲ ମାଲିକାଣୀ ମାନସଙ୍କୁ ଅଶ୍ଳୀଳ ଫିଲ୍ମର ଶୁଟିଂ ପାଇଁ କାର୍ଯ୍ୟରେ ଲଗାଇଥିଲେ । କିଛି ଦିନ ଧରି ଚାଲିଥିଲା ଏହି ଅଶ୍ଳୀଳ ଫିଲ୍ମର ଶୁଟିଂ। ପରେ ମାନସଙ୍କ ପାଖରେ କିଛି ଭିଡିଓ କ୍ଲିପ୍ ରହିଯାଇଥିଲା । କ୍ଲିପକୁ ଫେରାଇବା ପାଇଁ ବାରମ୍ବାର ତାଗିଦ କରୁଥିଲେ ବି ମାନସ ଫେରାଉନଥିଲେ । ଏହାପରେ ମାନସ ସେଠାରୁ କାମ ଛାଡ଼ି ଘରକୁ ପଳାଇ ଆସିଥିଲେ । ଏହାପରେ ମାନସଙ୍କୁ ଖୋଜାଖୋଜି କରିଥିଲେ ପୋର୍ଟାଲ ମାଲିକାଣୀ । ପରେ ଜଣାପଡ଼ିଥିଲା ମାନସ ଚାନ୍ଦାବାଲି ନିକଟରେ ଏକ ବିବାହ କାର୍ଯ୍ୟରେ ଯୋଗ ଦେବା ପାଇଁ ଯାଇଛନ୍ତି । ସେଠାରୁ ତାଙ୍କୁ ଉଠାଇ ଆଣି ଭୁବନେଶ୍ବର ସ୍ଥିତ ଏକ ବୃଦ୍ଧାଶ୍ରମକୁ ଆଣିଥିଲେ । ସେଠାରେ ତାଙ୍କୁ ପ୍ରବଳ ମାଡ଼ ମରାଯାଇଥିଲା । ଆଉ ଏହି ମାରପିଟରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ସେପଟେ ୱେବ ପୋର୍ଟାଲ ମାଲିକାଣୀ ଓ ତାଙ୍କର ଆଉ ଜଣେ ସହଯୋଗୀ ଝୁନା ଏବେବି ଫେରାର ଅଛନ୍ତି ।
More Stories
ତିନି ମାସ ଅପେକ୍ଷା କରିବେ ସରକାର …..
ଜୀବନ ଯୁଦ୍ଧରେ ହାରିଗଲେ FM ଛାତ୍ରୀ…….
ଭୁବନେଶ୍ୱରରେ ରାଷ୍ଟ୍ରପତି…..