ରିପୋର୍ଟ କାର୍ଡ / ଭୁବନେଶ୍ୱର
ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ବିଏମ୍ସିର ସବୁ ଅଧିକାରୀଙ୍କ ଛୁଟି ବାତିଲ କରାଯାଇଛି । କମିଶନର ରାଜେଶ ପ୍ରଭାକର ପାଟିଲଙ୍କ ଅଧ୍ୟକ୍ଷତାରେ ବସିଥିବା ବାତ୍ୟା ମୁକାବିଲା ପ୍ରସ୍ତୁତି ବୈଠକରେ ଏହି ନିର୍ଦ୍ଦେଶ ଦିଆଯାଇଛି । ଡ୍ରେନେଜ ବିଭାଗକୁ ସଜାଗ ରହିବାକୁ ପରାମର୍ଶ ଦିଆଯାଇଛି । ତଳିଆ ଅଞ୍ଚଳରେ ଯେପରି ପାଣି ନ ଜମେ ସେ ପ୍ରତି ଧ୍ୟାନ ଦେବାକୁ କୁହାଯାଇଛି । ଏହା ସହ ପମ୍ପ ସେଟ୍ ସଜାଗ ରଖିବାକୁ କୁହାଯାଇଛି । ସେହିପରି ଅଗ୍ନିଶମ ବିଭାଗ ମଧ୍ୟ ସଜାଗ ରହିବେ । ସବୁ ଜୋନ୍ ଅଧିକାରୀ ମାନେ ୱାର୍ଡ ଉପରେ ନଜର ରଖିବାକୁ କୁହାଯାଇଛି । ବାତ୍ୟା ଆଶ୍ରୟସ୍ଥଳୀ ଏବଂ ଅନ୍ୟ ଜାଗା ଚିହ୍ନଟ କରି ସ୍ଥିତି ପରଖିବାକୁ କୁହାଯାଇଛି ।






More Stories
ପାହାଡପୁରରେ ରାଷ୍ଟ୍ରପତିଙ୍କୁ ଭବ୍ୟ ସ୍ବାଗତ…..
ବଦଳିବ ଜିଲ୍ଲାର ଇଂରାଜୀ ନାମ…..
ବାରମ୍ବାର ଦେଇପାରିବେନି ଆଇଏଏସ୍,ଆଇପିଏସ୍ ପରୀକ୍ଷା……