Report Card Odisha

| Daily Odia News

ନ୍ୟାୟିକ ହେପାଜତରେ ଥିବାବେଳେ ଗିରଫ କଲ କିପରି: ସିବିଆଇକୁ ପ୍ରଶ୍ନ କଲେ ସୁପ୍ରିମ୍‌କୋର୍ଟ……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଇଡି ଦ୍ବାରା ନ୍ୟାୟିକ ହେପାଜତରେ ଥିବାବେଳେ ମଦ ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଗିରଫ କରିଥିବା ହେତୁ ସିବିଆଇକୁ ଆଜି ଶୁଣାଣି ବେଳେ ପ୍ରଶ୍ନ କରିଛନ୍ତି ସର୍ବୋଚ୍ଚ ଅଦାଲତ। ସୁପ୍ରିମକୋର୍ଟ ଗୁରୁବାର ସିବିଆଇକୁ କେଜ୍ରିୱାଲ୍‌ଙ୍କୁ ଗିରଫ କରିବା ପ୍ରସଂଗରେ ଅନେକ କଥା ପଚାରିଛନ୍ତି। ସିବିଆଇ ଦ୍ବାରା ହୋଇଥିବା ଗିରଫଦାରୀକୁ କେଜ୍ରିୱାଲ୍‌ ଚ୍ୟାଲେଞ୍ଜ୍‌ କରି କରିଥିବା ଆବେଦନର ଶୁଣାଣି କରି କୋର୍ଟ ଏପରି କହିଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି ଯେ “ଯେତେବେଳେ ଜଣେ ଜେଲରେ ଅଛନ୍ତି। ଯଦି ଆପଣ ତାଙ୍କୁ ପୁନର୍ବାର ଗିରଫ କରୁଛନ୍ତି ତେବେ ଆପଣଙ୍କୁ କୋର୍ଟର ଅନୁମତି ଦରକାର। ଏହା ଅପରାଧିକ ପ୍ରକ୍ରିୟାରେ ଅଛି। ମାତ୍ର ସିବିଆଇ କୋର୍ଟର ଅନୁମତି ବିନା ଗିରଫ କଲା କିପରି |’’ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିିୱାଲ୍‌ଙ୍କ ଜାମିନ୍‌ ଆବେଦନ ଉପରେ ସୁପ୍ରିମକୋର୍ଟ ଶୁଣାଣି କରିବାକୁ ଥିବା ବେଳେ ଏହାକୁ ବିରୋଧ କରିଥିଲା ସିବିଆଇ। ଶୀର୍ଷ ଅଦାଲତକୁ ଗୁରୁବାର କେଜ୍ରିୱାଲ୍‌ଙ୍କ ଜାମିନ୍‌ ଶୁଣାଣି କରିବାକୁ ଥିବା ବେଳେ ସିବିଆଇ ଯୁକ୍ତି କରିଥିଲା ଯେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ତାଙ୍କ ସହ-ଅଭିଯୁକ୍ତଙ୍କ ସହ ବିଚାର କରାଯିବା ଉଚିତ ନୁହେଁ। ଜାମିନକୁ ବିରୋଧ କରି କେନ୍ଦ୍ରୀୟ ଏଜେନ୍ସି ଏହା ମଧ୍ୟ କହିଥିଲା ଯେ ସେ ଜେଲରେ ଥିବାବେଳେ ତାଙ୍କୁ ଚିକିତ୍ସା ଯୋଗାଇ ଦିଆଯାଇପାରିବ।

Breaking News