Report Card Odisha

| Daily Odia News

ଏନକାଉଣ୍ଟରରେ ୬ ନକ୍ସଲ ନିହତ, ୨ ଯବାନ ଆହତ…..

ରିପୋର୍ଟ କାର୍ଡ / ମାଲକାନଗିରି

ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ପଡୋଶୀ ତେଲେଙ୍ଗାନା ଭଦ୍ରାଦ୍ରିକୋଥାଗୁଡାମ ଜିଲ୍ଲା ଏବଂ କରକାଗୁଦାମ ଏବଂ ମୁଲଗୁ ଜିଲ୍ଲାର ପିନପାକା ବ୍ଲକ ଅନ୍ତର୍ଗତ ଜାନ୍ଦାଗୁଟା ଜଙ୍ଗଲରେ ଗ୍ରେହାଉଣ୍ଡ ଫୋର୍ସ ଏବଂ ନକ୍ସଲ ମଧ୍ୟରେ ହୋଇଥିବା ଏନକାଉଣ୍ଟରରେ ୬ ମାଓବାଦୀଙ୍କ ମୃତ୍ୟୁ ଘଟିଥିବା ବେଳେ ବହୁ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି। ନିହତ ନକ୍ସଲମାନେ ହେଲେ କୁଞ୍ଜା ବିରୈୟା ଓରଫ ଲଛନ୍ନା , ତୁଳସୀ, ଶୁକ୍ର, ଚାଲୋ, ଦୁର୍ଗେସ ବୋଲି ଜଣାପଡିଛି। ଏମାନେ ଛତିଶଗଡର ଲକ୍ଷ୍ମଣ ଦଲମର ସଦସ୍ୟ ବୋଲି କୁହାଯାଉଛି ଯାହା ଛତିଶଗଡରୁ ତେଲେଙ୍ଗାନା ଯାଉଥିଲା। ଏହି ଖବର ପାଇବା ମାତ୍ରେ ସ୍ଥାନୀୟ ପୋଲିସ ଏବଂ ଗ୍ରେହାଉଣ୍ଡ ଫୋର୍ସ ମାଓବାଦୀଙ୍କୁ ଚାରି ଦିଗରୁ ଘେରି ରହିଥିଲେ। ଏହାପରେ ଉଭୟ ପଟୁ ପ୍ରବଳ ଗୁଳି ବିନିମୟ ହୋଇଥିଲା। ଏନକାଉଣ୍ଟରରେ ୬ ଜଣ ମାଓବାଦୀ ନିହତ ହୋଇଛନ୍ତି। ଦୁଇ ଜଣ ତେଲେଙ୍ଗାନା ପୋଲିସର ଯବାନ ମଧ୍ୟ ଆହତ ହୋଇଛନ୍ତି। ଏହି ଯବାନମାନଙ୍କ ମଧ୍ୟରୁ ଜଣଙ୍କର ଅବସ୍ଥା ଗୁରୁତର ବୋଲି କୁହାଯାଉଛି। ଆହତ ଯବାନଙ୍କୁ ଚିକିତ୍ସା ପାଇଁ ଭଦ୍ରାଚଲମ୍ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅପରେସନ୍ ଏସପି ପଙ୍କଜ ପରିତୋଶ କହିଛନ୍ତି ଯେ ପୋଲିସର ଜୋରଦାର କୁମ୍ବିଂ, ସର୍ଚ୍ଚ, ଏରିଆ ଡୋମିନେସନ ଏବଂ ନକ୍ସଲ ବିଲୋପ ରଣନୀତିରେ ଭୟଭୀତ ହୋଇ ଛତିଶଗଡରୁ ତେଲେଙ୍ଗାନାକୁ ପଳାୟନ କରୁଥିବା ମାଓବାଦୀଙ୍କ ସମ୍ପର୍କରେ ସୂଚନା ପୋଲିସକୁ ମିଳିଥିଲା। ଏହା ପରେ ଗ୍ରେହାଉଣ୍ଡ ଫୋର୍ସର ଯବାନମାନେ ମାଓବାଦୀଙ୍କୁ ଜନ୍ଦାଗୁଟା ଜଙ୍ଗଲରେ ସର୍ଚ୍ଚ ଅପରେସନ ଅଭିଯାନ ଆରମ୍ଭ କରିଥିଲେ।ଜଙ୍ଗଲରେ ସୁରକ୍ଷା ବାହିନୀର ସର୍ଚ୍ଚ ଅପରେସନ ଜାରି ରହିଛି। ଅଧିକରୁ ଅଧିକ ନକ୍ସଲ ଗୁରୁତର ଆହତ କିମ୍ବା ମୃତ୍ୟୁ ହୋଇଥିବା ପୋଲିସ ଆଶଙ୍କା କରୁଛି।

Breaking News