ରିପୋର୍ଟ କାର୍ଡ / ଭୁବନେଶ୍ୱର
ଡିଏଭି କଳିଙ୍ଗ ନଗରଠାରେ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ,ଭୁବନେଶ୍ୱର କ୍ଷେତ୍ର ଦ୍ୱାରା ଆୟୋଜିତ ଏକ ଦିନିକିଆ ଶିକ୍ଷକ ଦକ୍ଷତା ବିକାଶ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ନୂତନ ଜାତୀୟ ଶିକ୍ଷାନୀତି ଉପରେ ପର୍ଯ୍ୟବେଷିତ ଏହି କର୍ମଶାଳାଟିକୁ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ବଳରାମ ମହାପାତ୍ର ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦ୍ଘାଟନ କରିଥିଲେ । ଏହି ଅବସରରେ ସି.ବି.ଏସ୍.ଇର ଦୁଇ ପ୍ରମୁଖ ପ୍ରଶିକ୍ଷକ ଡ. ସଂନ୍ଧ୍ୟାରାଣୀ ସ୍ୱାଇଁ ଏବଂ ଡ. ଝିନୁକ ଦତ୍ତା ରାୟ, ନୂତନ ଜାତୀୟ ଶିକ୍ଷାନୀତିର ବିଭିନ୍ନ ଦିଗ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ଏହି କ୍ରମରେ ଜାତୀୟ ଶିକ୍ଷାନୀତି ଦ୍ୱାରା ପ୍ରଣିତ ପରିବର୍ତ୍ତିତ ଶିକ୍ଷାପଦ୍ଧତି, ଶିକ୍ଷକ ପ୍ରଶିକ୍ଷଣ, ବିଦ୍ୟାଳୟରେ ସ୍ୱତନ୍ତ୍ର ଶିକ୍ଷକର ଆବଶ୍ୟକତା ଆଦି ବିଷୟ ଉପରେ ଆଲୋକପାତ କରିଥିଲେ । ପ୍ରଶିକ୍ଷାର୍ଥୀମାନଙ୍କର ସଂକ୍ରିୟ ଅଂଶଗ୍ରହଣ କାର୍ଯ୍ୟକ୍ରମଟିକୁ ଅତ୍ୟନ୍ତ ଶିକ୍ଷଣୀୟ ତଥା ତଥ୍ୟ ସମ୍ବଳିତ କରିପାରିଥିଲା । ବିଦ୍ୟାଳୟର ସମସ୍ତ କର୍ମକର୍ତ୍ତାଙ୍କ ସାହାଯ୍ୟ ସହଯୋଗରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମଟି ସୁଚାରୁରୂପେ ସମ୍ପାଦିତ ହୋଇଥିଲା ।
More Stories
କେନିଆରେ ରଦ୍ଦ ହେଲା ଆଦାନୀ ପ୍ରକଳ୍ପ…..
ଯୁକ୍ତ ୨ ରେ ୧୦୦ ରୁ ୨୪ ରଖିଲେ ପାସ୍….
ବବି ଦାସ ଭାଇଙ୍କ ନାଁରେ ଏତଲା….