Report Card Odisha

| Daily Odia News

ଡିଏ ଭି କଳିଙ୍ଗ ନଗରଠାରେ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ପାଇଁ ଦକ୍ଷତା ବିକାଶ ପ୍ରଶିକ୍ଷଣ କର୍ମଶାଳା…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ମଧ୍ୟରେ ପୁସ୍ତକ ଭିତ୍ତିକ ଶିକ୍ଷା ସହ ଦକ୍ଷତା ବିକାଶର ଆବଶ୍ୟକତାକୁ ଉପଲବ୍ଧି କରି ଡିଏଭି ଆଞ୍ଚଳିକ ନିର୍ଦ୍ଦେଶାଳୟ ଆନୁକୁଲ୍ୟରେ ଏକ ତ୍ରିଦିବସୀୟ ଦକ୍ଷତା ବିକାଶ ପ୍ରଶିକ୍ଷଣ କର୍ମଶାଳା ଡି.ଏ.ଭି କଳିଙ୍ଗନଗରଠାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଓଡିଶା ଜୋନ୍‌ର ୧୫ଟି ବିଦ୍ୟାଳୟରୁ ନବମ ଓ ଦଶମ ଶ୍ରେଣୀରେ ବିଜ୍ଞାନ ଶିକ୍ଷାଦାନ କରୁଥିବା ୪୭ଜଣ ଶିକ୍ଷକଶିକ୍ଷୟିତ୍ରୀ ଯୋଗ ଦେଇଥିଲେ । ବିଦ୍ୟାଳୟର ଅଧ୍ୟକ୍ଷ ବିପିନ କୁମାର ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନ ତଥା ଅଧ୍ୟକ୍ଷତାରେ ଆୟୋଜିତ ଏହି କର୍ମଶାଳାକୁ ଡିଏଭି ନିମାପଡାର ଅଧ୍ୟକ୍ଷ ଏମ୍‌.ଏମ୍ ହକ୍ ଏବଂ ଡି.ଏ.ଭି ଯାଯପୁର ଟାଉନ୍‌ର ଅଧ୍ୟକ୍ଷ ଦେବବ୍ରତ ପ୍ରଧାନ ସଂଯୋଜନା ଓ ମୂଲ୍ୟାୟନ କରିଥିଲେ । ବିଭିଏନ୍ – ଆଇଏପିଟି, ଆଭେନ୍‌ସିକାର ପ୍ରତିଷ୍ଠାତା ତଥା ସଂଯୋଜକ ଡାକ୍ତର ପ୍ରଜ୍ଞା ନୋପାନି ଶ୍ରେଣୀ ଗୃହରେ ବିଜ୍ଞାନ ଶିକ୍ଷାଦାନକୁ ଅଧିକ ଆକର୍ଷଣୀୟ କରିବାର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ । ଆଞ୍ଚଳିକ ବିଜ୍ଞାନ କେନ୍ଦ୍ରର ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ହିମାଂଶୁ ଶେଖର ଶତପଥୀ ‘ଡାର୍କ ଟୁ ଡାଇନାମୋ’ ଉପରେ ବିଶଦ ଆଲୋଚନା କରିଥିଲେ । ଏତଦ୍ଭିନ୍ନ ପ୍ରଶିକ୍ଷାର୍ଥୀମାନେ ବିଦ୍ୟୁତ୍ ପରିପଥ, ମେଣ୍ଡେଲିଆନ୍ ତତ୍ତ୍ୱ, ସହ ସଂଯୋଜକ ବନ୍ଧ, ପାସକାଲ୍‌ଙ୍କ ଠାରୁ ଆର୍କିମେଡିସ୍‌ଙ୍କ ପର୍ଯ୍ୟନ୍ତ ଯାତ୍ରା ଆଦି ବିଷୟ ବିଭିନ୍ନ କ୍ରିୟାକଳାପ ମାଧ୍ୟମରେ ସୁନ୍ଦର ଭାବରେ ଉପସ୍ଥାପନ କରିଥିଲେ । ବିଦ୍ୟାଳୟର ବିଜ୍ଞାନ ବିଭାଗ ଦ୍ୱାରା କାର୍ଯ୍ୟକ୍ରମଟି ସୁଚାରୁରୂପେ ସମ୍ପାଦିତ ହୋଇଥିଲ ।

Breaking News