ରିପୋର୍ଟ କାର୍ଡ / ରାଉରକେଲା
ରାଉରକେଲା ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ୍ ଟେକ୍ନୋଲୋଜି ବିଭାଗରେ ଭୟଙ୍କର ଅଗ୍ନିକାଣ୍ଡ ହୋଇଛି । ସର୍ଟ ସର୍କିଟ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି । ଏହି ଅଗ୍ନିକାଣ୍ଡରେ କମ୍ପ୍ୟୁଟର ସମେତ ଏକାଧିକ ସାମଗ୍ରୀ ପୋଡି ନଷ୍ଟ ହୋଇଥିବା ସୂଚନା ମିଳିଛି । ତେବେ ଏନଆଇଟି ସାଇନ୍ସ ବିଲ୍ଡିଂର ଦ୍ୱିତୀୟ ମହଲାରେ ଏହି ଅଗ୍ନିକାଣ୍ଡ ହୋଇଛି । ତେବେ ଅଗ୍ନିକାଣ୍ଡରେ କେହି ଆହାତ ହୋଇ ନଥିବା ସୂଚନା ମିଳିଛି । ସିକ୍ୟୁରିଟି ଓ ଅଗ୍ନିଶମ ବାହିନୀ ଦ୍ୱାରା ନିଆଁ ଆୟତ୍ତ କରାଯାଇଛି । ନିଆଁରେ ପାଖାପାଖି ୫ଲକ୍ଷ ଟଙ୍କାର ଜିନିଷପତ୍ର ନଷ୍ଟ ହୋଇଥିବା ସୂଚନା ମିଳିଛି ।






More Stories
ପୀତବାସ ହତ୍ୟା ମାମଲାର: ଡାକ୍ତରଙ୍କ ମୋବାଇଲ ଫୋନ ଜବତ…..
ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା; ବିଦ୍ୟାଭାରତୀଙ୍କ ଆବେଦନର ଶୁଣାଣି ଶେଷ….
ଆମ ବସ୍’ ଯାତ୍ରା ମାଗଣା…..