Report Card Odisha

| Daily Odia News

ଓଡିଆ ଭାଷାରେ ହେବ ସିଏପିଏଫ ପରୀକ୍ଷା…..

ରିପୋର୍ଟ କାର୍ଡ / ନୂଅଦିଲ୍ଲୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ହିନ୍ଦୀ ଏବଂ ଇଂରାଜୀ ବ୍ୟତୀତ ୧୩ ଟି ଆଞ୍ଚଳିକ ଭାଷାରେ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ (ସିଏପିଏଫ) ପାଇଁ କନେଷ୍ଟବଳ (ଜେନେରାଲ ଡ୍ୟୁଟି) ପରୀକ୍ଷା ହେବ। କେନ୍ଦ୍ର ସ୍ବରାଷ୍ଟ୍ର ତଥା ସମବାୟ ମନ୍ତ୍ରୀ ଅମିତ ଶାହାଙ୍କ ଉଦ୍ୟମରେ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ (ସିଏପିଏଫ)ରେ ସ୍ଥାନୀୟ ଯୁବକମାନଙ୍କ ଅଂଶଗ୍ରହଣ ତଥା ଆଞ୍ଚଳିକ ଭାଷାକୁ ଉତ୍ସାହିତ କରିବା ପାଇଁ ଏହି ଐତିହାସିକ ନିଷ୍ପତ୍ତି ନିଆଯାଇଛି। ଏହି ନିଷ୍ପତ୍ତି ଫଳରେ ଲକ୍ଷ ଲକ୍ଷ ଆଶାୟୀ ସେମାନଙ୍କ ମାତୃଭାଷା/ଆଞ୍ଚଳିକ ଭାଷାରେ ପରୀକ୍ଷାରେ ଅଂଶଗ୍ରହଣ କରିବେ ଏବଂ ସେମାନଙ୍କର ଚୟନ ଆଶାରେ ଉନ୍ନତି ଆଣିବେ। ଏକାଧିକ ଭାରତୀୟ ଭାଷାରେ ପରୀକ୍ଷା ପରିଚାଳନାକୁ ସୁଗମ କରିବା ପାଇଁ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଏବଂ କର୍ମଚାରୀ ଚୟନ ଆୟୋଗ ଏକ ଏମଓୟୁରେ ସ୍ୱାକ୍ଷର କରିବେ। କର୍ମଚାରୀ ଚୟନ ଆୟୋଗଙ୍କ ଦ୍ବାରା ପରିଚାଳିତ ଧ୍ବଜାଧାରୀ ପରୀକ୍ଷା ମଧ୍ୟରୁ କନେଷ୍ଟବଳ (ଜେନେରାଲ ଡ୍ୟୁଟି) ଜିଡି ହେଉଛି ଏଭଳି ଏକ ପରୀକ୍ଷା ଯେଉଁଥିରେ ଦେଶର ବିଭିନ୍ନ ସ୍ଥାନରୁ ଲକ୍ଷ ଲକ୍ଷ ପ୍ରାର୍ଥୀ ଅଂଶ ଗ୍ରହଣ ଦେଇଥାନ୍ତି । ତେବେ ହିନ୍ଦୀ ଏବଂ ଇଂରାଜୀ ବ୍ୟତୀତ ୧୩ଟି ଆଞ୍ଚଳିକ ଭାଷାରେ ୨୦୨୪ ଜାନୁୟାରୀ ପହିଲା ପରଠାରୁ ଏହି ପରୀକ୍ଷା କରାଯିବ। ଏହି ନିଷ୍ପତ୍ତି ପରେ ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶ ସରକାରମାନେ ବ୍ୟାପକ ଅଭିଯାନ ଆରମ୍ଭ କରିବେ ବୋଲି ଆଶା କରାଯାଉଛି । ଫଳରେ ସ୍ଥାନୀୟ ଯୁବକମାନେ ମାତୃଭାଷାରେ ପରୀକ୍ଷା ଦେବାର ଏହି ସୁଯୋଗକୁ ବ୍ୟବହାର କରି ତଥା ଦେଶ ସେବା କରିବା ପାଇଁ ବହୁ ସଂଖ୍ୟାରେ ଅଂଶଗ୍ରହଣ କରିବାକୁ ଉତ୍ସାହିତ ହେବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଏବଂ ସ୍ବରାଷ୍ଟ୍ର ତଥା ସମବାୟ ମନ୍ତ୍ରୀ ଅମିତ ଶାହାଙ୍କ ଆଞ୍ଚଳିକ ଭାଷାର ବ୍ୟବହାର ତଥା ବିକାଶକୁ ଉତ୍ସାହିତ କରିବା ପାଇଁ ସମ୍ପୂର୍ଣ୍ଣ ପ୍ରତିବଦ୍ଧ।

Breaking News