Report Card Odisha

| Daily Odia News

ଡାକ୍ତରଙ୍କୁ ମିଶାଇ ୩୦ରୁ ଅଧିକ କର୍ମଚାରୀ କରୋନା ସଂକ୍ରମିତ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଭୁବନେଶ୍ବର କ୍ୟାପିଟାଲ ହସ୍ପିଟାଲରେ ବିଭିନ୍ନ ବିଭାଗର ଡାକ୍ତର ଓ ନର୍ସ, ଅନ୍ୟ ମେଡିକାଲ କର୍ମଚାରୀଙ୍କୁ ମିଶାଇ ୩୦ରୁ ଅଧିକ କରୋନା ସଂକ୍ରମିତ ହୋଇଥିବା ଜଣ ପଡିଛି | ଆଜି ଏନେଇ ସୂଚନା ଦେଇଛନ୍ତି କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଡ. ଲଷ୍ମୀଧର ସାହୁ । କେତେକ ଗୁରୁତ୍ବପୂର୍ଣ୍ଣ ବିଭାଗର ଡାକ୍ତର ଓ କର୍ମଚାରୀମାନେ ଅଧିକ ସଂଖ୍ୟାରେ ସଂକ୍ରମିତ ହୋଇଛନ୍ତି । ସଂକ୍ରମିତମାନେ ସଙ୍ଗରୋଧରେ ରହୁଥିବାରୁ ଏଣିକି ରୋଗୀ ସେବା ବାଧାପ୍ରାପ୍ତ ହୋଇପାରେ । କେବଳ ଜରୁରୀ ଅପରେସନ କରାଯିବ । ଅବଶ୍ୟକ ବପଡିଲେ ଟେଲି ମେଡିସିନ ଉପରେ ଗୁରୁତ୍ବ ଦିଆଯିବ ବୋଲି କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ କହିଛନ୍ତି । ତେବେ ଏ ବାବଦରେ କ୍ୟାପିଟା‌ଲ ହସ୍ପିଟାଲ ନିର୍ଦ୍ଦେଶକଙ୍କ କହିବା କଥା, ରୋଗୀ ସେବା ବାଧାପ୍ରାପ୍ତ ହେବାର ନାହିଁ । ଯେଉଁ ବିଭାଗର ଡାକ୍ତର ବା କର୍ମଚାରୀମାନେ ସଂକ୍ରମିତ ହେବା ପରେ ସଙ୍ଗରୋଧରେ ରହୁଛନ୍ତି, ସେମାନଙ୍କ କାମ ଅନ୍ୟମାନଙ୍କ ଦ୍ବାରା କରାଯାଉଛି । ଚାପ ସତ୍ତ୍ବେ ଡାକ୍ତର ଓ କର୍ମଚାରୀମାନେ ଅଧିକ କାମ କରୁଛନ୍ତି । ତେବେ ଏଣିକି ସଂକ୍ରମଣ ରୋକିବାକୁ ଅଧିକ ସତର୍କ ରହିବାକୁ ପଡ଼ୁଛି ବୋଲି ସେ କହିଛନ୍ତି ।

Breaking News