Report Card Odisha

| Daily Odia News

ବିଜେପିରେ ଯୋଗଦେବେ କ୍ୟାପଟେନ ଅମରିନ୍ଦର ସିଂ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ଦଳର ମୁଖ୍ୟ କ୍ୟାପଟେନ ଅମରିନ୍ଦର ସିଂ ବିଜେପିରେ ଯୋଗଦେବେ | ଅମରିନ୍ଦର ଙ୍କ ନୂଆ ଦଳ ପଞ୍ଜାବ ଲୋକ କଂଗ୍ରେସକୁ ବିଜେପି ସହିତ ମିଶ୍ରଣ କରିବାକୁ ଯାଉଛନ୍ତି। ତେବେ ସେପ୍ଟେମ୍ବର ୧୯ରେ ଏନେଇ ଆନୁଷ୍ଠାନିକ ଭାବେ ଘୋଷଣା କରାଯିବ ନେଇ ସୂଚନା ମିଳିଛି | କୁହାଯାଉଛି ଯେ ନୂଆଦିଲ୍ଲୀ ସ୍ଥିତ ବିଜେପି ମୁଖ୍ୟାଳୟରେ କ୍ୟାପଟେନ ଅମରିନ୍ଦର ସିଂ ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡାଙ୍କ ଉପସ୍ଥିତିରେ ବିଜେପିର ପ୍ରାଥମିକ ସଦସ୍ୟତା ଗ୍ରହଣ କରିବେ। ସୂଚନା ଥାଉ କି ପଞ୍ଜାବ ବିଧାନସଭା ନିର୍ବାଚନରେ ପରାଜୟ ପରେ କ୍ୟାପଟେନ ଚିନ୍ତିତ ଥିଲେ | ସେଥିପାଇଁ ସେ ଏବେ ବିଜେପି ସହ ଯିବାକୁ ନିଷ୍ପତ୍ତି ନେଇଛନ୍ତି। ତାଙ୍କ ସହ ପଞ୍ଜାବର ଅନେକ ନେତାଙ୍କ ସହ ପୂର୍ବତନ ବିଧାୟକ ମଧ୍ୟ ସେହି ଦିନ ବିଜେପିରେ ଯୋଗଦେବେ। ଉଲ୍ଲେଖ ଥାଉ କି ଚଳିତ ଥର ହୋଇଥିବା ବିଧାନସଭା ନିର୍ବାଚନରେ କ୍ୟାପଟେନ ଜିତିପାରିନଥିଲେ | ସେ ଆମ୍ ଆଦମୀ ପାର୍ଟିର ଅଜିତ ପାଲ ସିଂ କୋହଲିଙ୍କଠାରୁ ହାରିଯାଇଥିଲେ | ତାଙ୍କୁ ଅଜିତ ପାଲ ସିଂ କୋହଲି ବିପୁଳ ବ୍ୟବଧାନରେ ପରାସ୍ତ କରିଥିଲେ।

Breaking News