Report Card Odisha

| Daily Odia News

ଟ୍ରକ-କାର୍ ଧକ୍କା, ୪ ମୃତ୍ୟୁ…..

ରିପୋର୍ଟ କାର୍ଡ / ଖୋର୍ଦ୍ଧା

ଖୋର୍ଦ୍ଧା ଜିଲ୍ଲାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଫଳରେ ଘଟଣାସ୍ଥଳରେ ୪ ଜଣଙ୍କ ମୃତ୍ୟୁ ହୋଇଛି । ତେବେ ଜଙ୍କିଆ ଥାନା ବଡପୋଖରିଆ ନିକଟରେ ଏନ୍ଏଚ୍-୧୬ରେ ଛିଡା ହୋଇଥିବା ଏକ ଟ୍ରକକୁ ଗୋଟିଏ କାର୍ ଧକ୍କା ଦେଇଥିଲା। ଫଳରେ କାରରେ ଥିବା ୪ ଜଣଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଛି । ତେବେ ସେହି କାରରେ ୨ ଜଣ ପୁରୁଷ ଏବଂ ୨ ଜଣ ମହିଳାଥିବା ଜଣା ପଡିଛି । କାର୍ ଟି ଆନ୍ଧ୍ର ଆଡୁ ଆସୁଥିବା ବେଳେ ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ବଡପୋଖରିଆ ନିକଟରେ ଦୁର୍ଘଟଣାଟି ଘଟିଛି । ତେବେ ଏହି କାର୍ ରେ ଥିବା ବ୍ୟକ୍ତିମାନଙ୍କ ପରିଚୟ ବର୍ତ୍ତମାନ ମିଳିପାରି ନଥିବା ବେଳେ ନିକଟସ୍ଥ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଉଦ୍ଧାର କରିଛି ।

Breaking News