Report Card Odisha

| Daily Odia News

ହାତୀ ପୋଡି ମାମଲା: ୩ କର୍ମଚାରୀ ଗିରଫ…..

ରିପୋର୍ଟ କାର୍ଡ / ମୟୁରଭଞ୍ଜ

ଶିମିଳିପାଳରେ ସକାଳେ ମହାବଳ ବାଘ ଚମଡା ବିକ୍ରି ପାଇଁ ଜଣେ ଗିରଫ କଥା ସାମ୍ନାକୁ ଆସିଥିଲା | ବର୍ତ୍ତମାନ ହାତୀକୁ ପୋଡି ପ୍ରମାଣ ନଷ୍ଟ କରିବା ଘଟଣାରେ ୩ଜଣ ଗିରଫ ହୋଇଛନ୍ତି । ସୂଚନା ଅନୁସାରେ, କିଛିଦିନ ତଳେ ଦନ୍ତାହାତୀକୁ ମାରି ପ୍ରମାଣ ପୋଡିଦେଇ ନଷ୍ଟ କରିଦେଇଥିଲେ । ଏହି ଘଟଣାରେ ଗିରଫ ହୋଇଛନ୍ତି ୩ଜଣ ଅପରାଧୀ । ଏହି ମାମଲାରେ ସଂପୃକ୍ତ ଥିଲେ ରେଞ୍ଜର, ଫରେଷ୍ଟର ଏବଂ ଫରେଷ୍ଟ ଗାର୍ଡ, ଏମାନଙ୍କୁ ଗିରଫ କରିଛି ବନବିଭାଗ । ବନ୍ୟପ୍ରାଣୀ ଆଇନ ଅନୁସାରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଏହା ପୂର୍ବରୁ ୩ ବନକର୍ମଚାରୀଙ୍କୁ ଚାକିରିରୁ ବହିଷ୍କାର କରାଯାଇଥିଲା । ଏହି ମାମଲାରେ ଜାହିଁକି ଏଫଆଇଆର ହୋଇନଥିଲା ସେନେଇ ପ୍ରଶ୍ନ ଉଠାଇଛନ୍ତି ହାଇକୋର୍ଟ ।

Breaking News