ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
୨୦୨୦ ମସିହା ଗୋରୁ ଚୋରାଚାଲାଣ ମାମଲାରେ ମମତା ବାନାର୍ଜୀଙ୍କ ଘନିଷ୍ଠ ସହଯୋଗୀ ତଥା ଟିଏମସିର ବୀରଭୂମ ଜିଲ୍ଲା ସଭାପତି ଅନୁବ୍ରତ ମଣ୍ଡଳଙ୍କୁ ଗିରଫ କରିଛି ସିବିଆଇ। ସିବିଆଇର ଗୋଟିଏ ଟିମ୍ ମଣ୍ଡଳଙ୍କ ବୀରଭୂମି ସ୍ଥିତ ବାସଭବନରେ ପହଞ୍ଚିଥିଲା। କିଛି ସମୟର ପଚରାଉଚରା ପରେ ସିବିଆଇ ଟିମ ତାଙ୍କୁ ଗିରଫ କରିଛି। ଗୋରୁ ଚୋରାଚାଲାଣ ମାମଲାର ତଦନ୍ତ କରୁଥିବା ସିବିଆଇର ଅନୁବ୍ରତ ମଣ୍ଡଳଙ୍କୁ ଜେରା କରିବାକୁ ଚାହୁଁଥିଲା। ଏଥିପାଇଁ ତାଙ୍କୁ ୧୦ ଥର ସମନ ମଧ୍ୟ କରାଯାଇଥିଲା। ହେଲେ ସେ କୌଣସି ସମନର ଉତ୍ତର ଦେଇ ନଥିଲେ କିମ୍ବା ସିବିଆଇରେ ହାଜର ହୋଇ ପକ୍ଷ ରଖି ନଥିଲେ। ସେ ସିବିଆଇ ସମନକୁ ବେଖାତିର କରୁଥିବା ଆଜି ତାଙ୍କୁ ଗିରଫ କରାଯାଇଛି।






More Stories
ଅସ୍ତ୍ର ବିରତି ସତ୍ତ୍ବେ ଇସ୍ରାଏଲର ଆକ୍ରମଣ ଜାରି….
ସାରା ରାଜ୍ୟ ଉପରେ ରହିବ ସରକାରଙ୍କ ନଜର….
ଆଜି ଆସାମ,କେରଳ ଓ ପୁଡୁଚେରୀ ନିର୍ବାଚନ…..